Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକଙ୍କୁ ଜୀବନ ସାଥି କଲେ ଅଭିନେତ୍ରୀ ହିନା ଖାନ

ମୁମ୍ବାଇ: ଜଣାଶୁଣା ଟିଭି ଅଭିନେତ୍ରୀ ହିନା ଖାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ହଠାତ୍ ତାଙ୍କ ବିବାହ ଫଟୋ ସେୟାର କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଏହି ଅଭିନେତ୍ରୀ। ଗତ କିଛି ଦିନ ଧରି କର୍କଟ ରୋଗର ଚିକିତ୍ସାଧୀନ ପରେ ଅଭିନେତ୍ରୀ ପ୍ରଶଂସକଙ୍କ ସହ ନିଜ ବିବାହ ସମ୍ପର୍କରେ ସେୟାର କରିଛନ୍ତି।

ଅଭିନେତ୍ରୀ ତାଙ୍କର ଦୀର୍ଘକାଳୀନ ପ୍ରେମିକ ରକି ଜୟସୱାଲଙ୍କୁ ନିରାଡମ୍ବର ଭାବରେ ବିବାହ କରିଥିଲେ। ସେମାନେ ଆଇନଗତ ଭାବରେ ସେମାନଙ୍କ ବିବାହ ପଞ୍ଜୀକୃତ କରିଛନ୍ତି। ଏହି ବିଶେଷ ଅବସର ପାଇଁ ସେ ସ୍ୱତନ୍ତ୍ର ଲୁକ୍ ମଧ୍ୟ ବାଛିଥିଲେ।

ଗୋଲାପୀ ବର୍ଡର, ଜରଦୋସୀର ସୂକ୍ଷ୍ମ କାମ ଏବଂ ଏହା ସହିତ ଯୋଡା ଗୋଲାପୀ ଓଢ଼ଣା ତାଙ୍କ ଲୁକକୁ ଆହୁରି ସୁନ୍ଦର କରୁଥିଲା। ଏହା ସହିତ ତାଙ୍କ ଲୁକକୁ ସପୂର୍ଣ୍ଣ କରିବା ପାଇଁ ସେ ମନୀଷ ମାଲହୋତ୍ରାଙ୍କ ବ୍ରାଇଡାଲ୍ ଅଳଙ୍କାରକୁ ବାଛିଥିଲେ, ଯାହା ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରୁଥିଲା।

ରକି ଜୟସୱାଲ ମଧ୍ୟ ଏକ ସ୍ୱତନ୍ତ୍ର ଶୈଳୀରେ ଦେଖାଦେଇଥିଲେ। ସେ କନ୍ୟା ସହିତ ମେଳ ଖାଉଥିବା ଏକ କ୍ଲାସିକ୍ MM କୁର୍ତ୍ତା ପିନ୍ଧିଥିଲେ। ଦୁହିଁଙ୍କ ଲୁକ୍ ପ୍ରଶଂସକଙ୍କ ହୃଦୟକୁ ଛୁଇଁଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ