Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ଙ୍କ ଦ୍ଵାରା ଭିନ୍ନକ୍ଷମ ସହାୟକ ଉପକରଣ ଓ ଭତ୍ତା ବଣ୍ଟନ

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ସମ୍ମୁଖରେ ଶୁକ୍ରବାର ଭିନ୍ନକ୍ଷମ ଙ୍କୁ ସହାୟକ ଉପକରଣ ଓ ବିଭିନ୍ନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ୭୮ ଜଣ ଭିନ୍ନକ୍ଷମଙ୍କୁ ଭିନ୍ନକ୍ଷମ ସହାୟକ ଉପକରଣ ବଣ୍ଟନ କରିଥିବା ବେଳେ ବ୍ଲକର ବିଭିନ୍ନ ପଞ୍ଚାୟତର ୧୦୭ଜଣ ବିଧବା, ଅବିବାହିତ ଓ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଛନ୍ତି। ସିଆରସି ବଲାଙ୍ଗୀର ଦ୍ବାରା ଏବଂ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ଜୋନ-୧ ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ,ଜୋନ-୨ ଜିଲ୍ଲା ପରିଷଦ ଚନ୍ଦ୍ରକାନ୍ତି ଦନ୍ତା ,ବିଡିଓ ମୋତିଲାଲ ସୁଲିଆ, ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।ସିଆିସି ବଲାଙ୍ଗୀର ର କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରତିରୋପଣ ବିଶେଷଜ୍ଞ ସୁରେନ୍ଦ୍ର ଭୋଇ ଓ ବାକ୍ ଏବଂ ଶ୍ରବଣ ବିଶେଷଜ୍ଞ ଶିବରାମ ମିଶ୍ର ଯୋଗଦେଇ ଭିନ୍ନକ୍ଷମ ସହାୟକ ଉପକରଣ ର ବ୍ୟବହାର ବିଷୟରେ ବୁଝାଇ ଥିଲେ । ଏହି ଅବସରରେ ୧୦ଜଣ ଙ୍କୁ ହୁଇଲ ଚ୍ୟାର,୫ଜଣ ଙ୍କୁ ଟ୍ରାଇ ସାଇକେଲ,୨ଜଣ ଙ୍କୁ ସ୍ମାର୍ଟ କେନ,୩୦ଜଣ ଙ୍କୁ ଏଚଇ ଏଡ,୧୪ଜଣ ଙ୍କୁ ୱାକିଙ୍ଗ ଷ୍ଟିକ,୧୦ଜଣ ଙ୍କୁ ଏମଏସଆଇଡି କିଟ ଓ ୨ ଜଣ ଙ୍କୁ ବ୍ଲାଇଣ୍ଡ କିଟ ବଣ୍ଟନ କରାଯାଇ ଥିଲା । ବ୍ଲକ ସାମାଜୀକ ସୁରକ୍ଷା ବିଭାଗର କର୍ମଚାରୀ ଶିବାନୀ ଦାଶ ଓ ସୀମାରାଣୀ ପଣ୍ଡା କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ