Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଙ୍ଗାଲୁରୁରେ ଦଳାଚକଟା ନେଇ RCB ପକ୍ଷରୁ ଶୋକ ପ୍ରକାଶ

ବେଙ୍ଗାଲୁରୁ: ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ ଆଇପିଏଲ ଟାଇଟଲ ଜିତିଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏଥିପାଇଁ ବିଜୟ ଉତ୍ସବ ପାଳନ ହୋଇଥିଲା। କିନ୍ତୁ, ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହଜାର ହଜାର ପ୍ରଶଂସକ ଏକତ୍ରିତ ହେବା ସମୟରେ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ଏବଂ ପ୍ରାୟ ୩୦ ଆହତ ହୋଇଥିଲେ। ଯାହା ପରେ ଉତ୍ସବ ଶୋକରେ ପରିଣତ ହୋଇଥିଲା। ଯଦିଓ ଖେଳାଳିଙ୍କ ସମ୍ବର୍ଦ୍ଧନା ଉତ୍ସବ ଷ୍ଟାଡିୟମ ଭିତରେ ଜାରି ରହିଥିଲା।

ଆଇପିଏଲ ଅଧ୍ୟକ୍ଷ ଅରୁଣ ଧୂମଲଙ୍କ ଅନୁଯାୟୀ, ଷ୍ଟାଡିୟମ ଭିତରେ ଥିବା ଲୋକମାନେ ଜାଣି ନଥିଲେ ଯେ ବାହାରେ କେତେ ବଡ଼ ଘଟଣା ଘଟିଛି ଏବଂ ଯେତେବେଳେ ସେମାନେ ଏହା ବିଷୟରେ ଜାଣିଲେ, କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା। ସେପଟେ ଦଳାଚକଟା ନେଇ RCB ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ କୁହାଯାଇଛି ଯେ ସମସ୍ତଙ୍କ ସୁରକ୍ଷା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ଘଟଣାକୁ ନେଇ ଆମେ ଗଭୀର ଭାବରେ ମର୍ମାହତ’ ହୋଇଛୁ।ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରୁଛୁ। ତେବେ ପରିସ୍ଥିତି ବିଷୟରେ ଅବଗତ ହେବା ମାତ୍ରେ ଆମେ ତୁରନ୍ତ ଆମର କାର୍ଯ୍ୟକ୍ରମ ବନ୍ଦ କରିଥିଲୁ। ଏବଂ ପ୍ରଶାସନର ମାର୍ଗଦର୍ଶନ ଓ ପରାମର୍ଶ ମାନିଥିଲୁ। ତେବେ ସମସ୍ତ ସମର୍ଥକଙ୍କୁ ନିରାପଦ ରହିବାକୁ ଅନୁରୋଧ କରୁଛୁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ