Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମର ଦାୟିତ୍ଵ ହେଲା ଜଙ୍ଗଲ , ଜମି ଓ ଜଳ ର ସୁରକ୍ଷା

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ବୀର ସୁରେନ୍ଦ୍ର ସାଏ କ୍ଲବ ତରଫରୁ ଆଜି ବିଶ୍ବ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ଧବଳେଶ୍ୱର ଭୁକ୍ତା ଅତିଥି ପରିଚୟ କରିବା ସହିତ ସ୍ବାଗ ଭାଷଣ ଦେଇଥିଲେ । ଗୁରୁବାର କାର୍ଯ୍ୟକ୍ରମରେ ଅତିଥି ଭାବେ ବନବିଭାଗ କର୍ମଚାରୀ ଦୈତାରୀ ଜଗଦଲା ଓ ଗଙ୍ଗାଧର ବାଘ ଉପସ୍ଥିତ ରହି ଯୁବ ସମାଜ ଆଗକୁ ଆସି ଜଙ୍ଗଲ , ଜଳ ଓ ଜମିର ସୁରକ୍ଷା ପାଇଁ ଦାୟିତ୍ୱ ନେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ରକୃତି ବନ୍ଧୁ ଶମ୍ଭୁରାଜ କର୍ଣ୍ଣ ପରିଚାଳନା କରିଥିବା ବେଳେ ଏ ଅବସରରେ ନିରଞ୍ଜନ ମେଲ୍ଲୀ ଶପଥ ପାଠ କରାଇଥିଲେ ଓ ସୁରକ୍ଷା ଦେବାକୁ ଅନୁରୋଧ କରିଥିଲେ । କ୍ଳବର ଉଦ୍ଧବ ମେଲ୍ଲୀ , ରଘୁନାଥ ବ୍ରହ୍ମଚାରୀ , ଟୁନା ମାଝୀ , ଶାନ୍ତନୁ ମେଲ୍ଲୀ , ପିଣ୍ଟୁ ଝଙ୍କାର , ସାହିଲ ମାଝୀ ଓ ଅନ୍ୟମାନେ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ