Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଭଉଣୀ ନିର୍ବନ୍ଧ ପାଇଁ ଦିଲ୍ଲୀ ଆସିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଆଜି ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ସାଂସଦ ରାଘବ ଚଢାଙ୍କ ନିର୍ବନ୍ଧ। ଖୁବ୍ ଶୀଘ୍ର ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ଦମ୍ପତିଙ୍କ ନିର୍ବନ୍ଧ ଦିଲ୍ଲୀରେ ନିକଟ ସମ୍ପର୍କୀୟଙ୍କ ଗହଣରେ ରୀତି ନୀତି ଅନୁସାରେ ଅନୁଷ୍ଠିତ ହେବ। ତେବେ ପରିଣୀତିଙ୍କ ନିର୍ବନ୍ଧ ଲାଗି ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଭାରତ ଆସି ପହଞ୍ଚିଛନ୍ତି। ପ୍ରିୟଙ୍କା ମଧ୍ୟ ତାଙ୍କ ଭଉଣୀଙ୍କ ନିର୍ବନ୍ଧ ସମାରୋହରେ ଯୋଗଦେବା ପାଇଁ ବିଦେଶରୁ ଦିଲ୍ଲୀ ପହଞ୍ଚିଛନ୍ତି। ପ୍ରିୟଙ୍କାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଛି।

ଆଜି ସକାଳେ ଦିଲ୍ଲୀ ବିମାନବନ୍ଦରରେ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା। ତେବେ ପ୍ରିୟଙ୍କାଙ୍କୁ ଏକୁଟିଆ ଦେଖିବାକୁ ମିଳିଥିଲା। ଦିଲ୍ଲୀର କପୁରଥାଲା ହାଉସରେ ପରିଣୀତି-ରାଘବଙ୍କ ନିର୍ବନ୍ଧର ଆୟୋଜନ ହୋଇଛି। ନିର୍ବନ୍ଧ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡ଼ିଛି। ତେବେ ଏହି ପାର୍ଟିରେ ବଲିଉଡର ସେଲିବ୍ରିଟିଙ୍କ ସମେତ ବହୁ ବଡ ନେତା ନିମନ୍ତ୍ରିତ ଥିବା ସୂଚନା ମିଳିଛି।