Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଗବସ୍ ଓଟିଟିର ବିଜେତା ସାନା ମକବୁଲ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବିଗ୍ ବସ୍ ଓଟିଟିର ବିଜେତା ସାନା ମକବୁଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସା ଚାଲିଛି। ସାନାଙ୍କ ବନ୍ଧୁ ଆଶାନା ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପୋଷ୍ଟ କରିଛନ୍ତି। ପୋଷ୍ଟରେ ସାନାଙ୍କୁ କାହିଁକି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ତାହା ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ଆଶାନା ଲେଖିଛନ୍ତି ଯେ ତାଙ୍କୁ କିଛି ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଭର୍ତ୍ତି କରାଯାଇଛି।

ଇନଷ୍ଟା ଷ୍ଟୋରୀରେ ସାନାଙ୍କ ବନ୍ଧୁ ସେୟାର କରିଥିବା ଫଟୋରେ ତାଙ୍କୁ ହସ୍ପିଟାଲ ବେଡରେ ଦେଖିବାକୁ ମିଳୁଛି। ତାଙ୍କ ହାତରେ ଏକ ଡ୍ରିପ୍ ଅଛି ଏବଂ ସେ ବିଶ୍ରାମ ନେଉଛନ୍ତି। ସାନା ମକବୁଲଙ୍କ ବନ୍ଧୁ ଫଟୋର କ୍ୟାପସନରେ ଲେଖିଛନ୍ତି, “ମୋର ସୁନ୍ଦର ଏବଂ ଶକ୍ତିଶାଳୀ ବନ୍ଧୁ। ମୁଁ ଗର୍ବିତ ଯେ ତୁମେ ଏତେ ଗମ୍ଭୀର ଅବସ୍ଥାରେ ମଧ୍ୟ ସାହସ ଦେଖାଉଛ ଏବଂ ଦୃଢ଼ ଭାବରେ ଠିଆ ହେଉଛ। ଇନଶାଆଲ୍ଲାହ, ତୁମେ ଏହା ସହିତ ଲଢ଼ିବ ଏବଂ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇ ଫେରିବ। ଆଲ୍ଲାହ ତୁମ ସହିତ ଅଛନ୍ତି। ମୁଁ ମଧ୍ୟ ସବୁବେଳେ ତୁମ ସହିତ ଅଛି। ତୁମେ ଶୀଘ୍ର ସୁସ୍ଥ ହୋଇଯିବ।”

ସଲମାନ ଖାନଙ୍କ ଦ୍ୱାରା ଆୟୋଜିତ ଶୋ’ରେ ସାନା ମକବୁଲ ଏବଂ ରଣବୀର ଶୋରିଙ୍କ ମଧ୍ୟରେ ଏକ ଘନିଷ୍ଠ ପ୍ରତିଯୋଗିତା ହୋଇଥିଲା। ଶୋ’ରେ ତାଙ୍କର ଆଭିମୁଖ୍ୟ ବହୁତ ଚର୍ଚ୍ଚାରେ ରହିଥିଲା। କିଛି ରିପୋର୍ଟ ଅନୁଯାୟୀ, ସନା ଅଟୋ ଇମ୍ୟୁନ ଡିସଅର୍ଡରରେ ପୀଡ଼ିତ। ଯାହା ଫଳରେ ତାଙ୍କୁ ହଠାତ୍ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଥିଲା। ସନା ମକବୁଲ ନିଜେ ତାଙ୍କ ସମସ୍ୟା ବିଷୟରେ ପ୍ରଶଂସକମାନଙ୍କୁ କହିଛନ୍ତି ଯେ ତାଙ୍କୁ ଅଟୋ ଇମ୍ୟୁନ ହେପାଟାଇଟିସ୍ ରେ ପୀଡ଼ିତ ଅଛି, ଯାହାର ଚିକିତ୍ସା ୨୦୨୦ ମସିହାରୁ କରାଯାଉଛି।