Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଇଭ ରିପୋଟିଂ ବେଳେ ସାମ୍ବାଦିକାଙ୍କୁ ରବର ଗୁଳିମାଡ

ୱାଶିଂଟନ: ଅଷ୍ଟ୍ରେଲିୟ ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକା ଲରେନ୍ ଟୋମାସି ଲସ୍ ଆଞ୍ଜେଲସ୍‌ରେ ଚାଲିଥିବା ପ୍ରତିବାଦକୁ କଭର କରୁଥିବା ସମୟରେ ଆହତ ହୋଇଛନ୍ତି। ତାଙ୍କୁ କ୍ୟାମେରା ସାମ୍ନାରେ ଗୁଳି କରାଯାଇଥିଲା। ଯେତେବେଳେ ଟୋମାସି ଏବଂ ତାଙ୍କ କ୍ୟାମେରାମ୍ୟାନ୍ ସହରରେ ହେଉଥିବା ହିଂସାତ୍ମକ ପ୍ରତିବାଦକୁ କଭର କରୁଥିଲା ବେଳେ ଏହି ଘଟଣା ଘଟିଥିଲା।

ଭାଇରାଲ୍ ଭିଡିଓ ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଜଣେ ପୋଲିସ ଅଧିକାରୀ ତାଙ୍କ ଆଡ଼କୁ ବନ୍ଧୁକ ଚଳାଇଥିଲେ। କିନ୍ତୁ ପରେ ଜଣାପଡିଲା ଯେ ଏହା ଏକ ରବର ଗୁଳି ଥିଲା। ଗୁଳି ବାଜିବା ମାତ୍ରେ ଟୋମାସି ଯନ୍ତ୍ରଣାରେ ଚିତ୍କାର କରି ତାଙ୍କ ଗୋଡ଼କୁ ଧରିଥିଲେ। ଘଟଣା ପରେ ତୁରନ୍ତ ଜଣେ ସ୍ଥାନୀୟ ପ୍ରତିବାଦକାରୀ ପୋଲିସ ଉପରେ ଚିତ୍କାର କରି କହିଲେ, “ତୁମେ ରିପୋର୍ଟରଙ୍କୁ ଗୁଳି କରିଛ। ଲରେନ୍ ଟୋମାସି ଜଣେ ଅଷ୍ଟ୍ରେଲୀୟ ସାମ୍ବାଦିକା। ସେ ଲସ୍ ଆଞ୍ଜେଲସ୍‌ରେ ନାଇନ୍ ନ୍ୟୁଜ୍‌ ରେ କାର୍ଯ୍ୟ କରୁଛନ୍ତି। ସମ୍ପ୍ରତି ସେ ଲସ୍ ଆଞ୍ଜେଲସ୍‌ରେ ପ୍ରତିବାଦ ଖବର ସଂଗ୍ରହ କରୁଥିଲେ। ଏହି ସମୟରେ ସେ ଆହତ ହୋଇଥିଲେ।

ରିପୋର୍ଟ ଅନୁଯାୟୀ, ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ରବର ଗୁଳି ଚଳାଇଥିଲା। ଗୋଟିଏ ଗୁଳି ଲରେନ୍ ଟୋମାସିଙ୍କ ଗୋଡ଼ରେ ବାଜିଥିଲା। ଏହି ଘଟଣା କ୍ୟାମେରାରେ କଏଦ ହୋଇଥିଲା। ରବର ଗୁଳି ଲାଗିବା ପରେ ମଧ୍ୟ ସାମ୍ବାଦିକା ଟୋମାସି ସେହି ବ୍ୟକ୍ତିଙ୍କୁ କହିଥିଲେ ଯେ ‘ମୁଁ ଭଲ ଅଛି।’ ଏହା ପରେ ସେ ଏବଂ ତାଙ୍କ କ୍ୟାମେରାମ୍ୟାନ୍ ଏକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ