ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଅଭିଯୋଗ ଶୁଣାଣି ଶିବିର ପଞ୍ଚାୟତ କାର୍ଯ୍ୟଳୟ ରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ଲୋକଙ୍କୁ ସୂଚନା ଦିଆ ଯାଇ ନ ଥିବାରୁ ଶିବିର ରେ ମାତ୍ର ଆଠୋଟି ଅଭିଯୋଗ ହୋଇଥିଲା । ଏହା ସହିତ ଶିବିର ରେ ଅନେକ ଗୁରୁତ୍ଵପୂର୍ଣ୍ଣ ବିଭାଗର ଅଧିକାରୀମାନେ ଅନୁପସ୍ଥିତ ଥିଲେ । ଏହି ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ରେ ସମୁଦାୟ ୮ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ତନ୍ମଧ୍ୟରୁ ସାତୋଟି ବ୍ୟକ୍ତିଗତ ଓ ଗୋଟିଏ ସାମୁହିକ ଅଭିଯୋଗ ଥିଲା। ସ୍ଥାନୀୟ ସରପଞ୍ଚ ଜୟଶ୍ରୀ ଦେହୁରୀ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶିବିରରେ ବୀରମହାରାଜପୁର ଏବିଡ଼ିଓ ପୁରୁଷୋତ୍ତମ ଧରୁଆ ଯୋଗଦେଇ ଅଭିଯୋଗ ଗ୍ରହଣ କରିଥିଲେ। ଶିବିର ରେ ପିଇଓ ଗୌରଚନ୍ଦ୍ର ସାହୁ , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସତ୍ୟ ପ୍ରଧାନ, ଏପିଓ ଅମୃତାଂଶୁ ପାତ୍ର , ସାମାଜିକ ସୁରକ୍ଷା ବିଭାଗ ର ସିମାରାଣୀ ପଣ୍ଡା , ପ୍ରଣିଧନ ଚିକିତ୍ସକ ବାଘ, ବିପିଏ ନିରଞ୍ଜନ ରଣା ସମେତ ସ୍ବାସ୍ଥ୍ୟ ବିଭାଗ ଓ ଭେଟେନାରୀ ବିଭାଗର ପ୍ରମୁଖ ଅଧିକାରୀ ଯୋଗଦେଇ ଅଭିଯୋଗ ଗ୍ରହଣ କରିଥିଲେ।
ଉକ୍ତ ଶିବିର ରେ ବିଦ୍ୟୁତ ବିଭାଗ , ବନ ବିଭାଗ, କେନ୍ଦୁ ପତ୍ର ବିଭାଗ , ଜଳ ସେଚନ ବିଭାଗ , ପାନୀୟ ଜଳ ଯୋଗାଣ ବିଭାଗ, ଉଦ୍ୟନକୃଷି ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀ ଅନୁପସ୍ଥିତ ଥିଲେ। ଫଳରେ ଶିବିର ରେ ଅଭିଯୋଗ ଶୁଣାଣି ଶିବିର କୁ ଲୋକେ ଆସୁ ନ ଥିବା ଦେଖିବାକୁ ମିଳିଛି ।
ଖଣ୍ଡହତା ରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
