Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସ୍କାର ଜ୍ୟୋତି ଅନୁଷ୍ଠାନର ଦ୍ୱାଦଶ ବାର୍ଷିକ ଉତ୍ସବ—-ମନମୋହିଲା”ପହଲଗାଁ ଆକ୍ରମଣ” ଶୀର୍ଷକ ନାଟକ

ଚିପିଲିମା,ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିକଟସ୍ଥ ବସ୍ତିଅଞ୍ଚଳ ପିଲାମାନଙ୍କୁ ଶିକ୍ଷାଦାନ କରିଆସୁଥିବା ସଂସ୍କାର ଜ୍ୟୋତି ଅନୁଷ୍ଠାନର ଦ୍ୱାଦଶ ବାର୍ଷିକ ଉତ୍ସବ ଢ଼ୁଡ଼ିଆ ପଡାଠାରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ସୁକାନ୍ତ ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ପରିବେଶ ବିଜ୍ଞାନବିଭାଗ ଅବସରପ୍ରାପ୍ତ ପ୍ରଫେସର ସଞ୍ଜତ କୁମାର ସାହୁ, ଆଲୋକ ଅନୁଷ୍ଠାନର ସମ୍ପାଦକ ମନୋଜ କୁମାର ସାହୁ, ସମାଜସେବୀ ସମରେନ୍ଦ୍ର ବେହେରା, ଓଡ଼ିଆ ବିଭାଗର ଯୁବ ଗବେଷକ ପବିତ୍ର ବାଗ ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହିତ ଭଲପାଠ ପଢି ଉତ୍ତମ ନାଗରିକ ହେବାପାଇଁ ଉପଦେଶ ଦେଇଥିଲେ। ଅନୁଷ୍ଠାନର କୋଷାଧ୍ୟକ୍ଷ ଡାକ୍ତର ଓରାମଙ୍କ ତତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଆଲୋକ ଅନୁଷ୍ଠାନ ପକ୍ଷରୁ ଶିଶୁ ଶ୍ରମିକ ବିରୋଧ ବିଷୟରେ ଜନସଚେତନତା ସୃଷ୍ଟି କରିବା ସହିତ ଉପସ୍ଥିତ ସମସ୍ତ ପଡାବାସୀ ଶିଶୁ ଶ୍ରମିକକୁ ବିରୋଧ କରିବାପାଇଁ ଶପଥ କରାଇଥିଲେ। ସମ୍ବଲପୁରୀଆ ପିକେ ଉତ୍ତମ ତାଣ୍ଡି ଶିଶୁମାନଙ୍କ ମନୋରଞ୍ଜନ କରିଥିଲେ, ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସେବକ ମେହେର, ରୁଦ୍ରପ୍ରତାପ ଓ ସମରେନ୍ଦ୍ରଙ୍କ ନିର୍ଦ୍ଧେଶନାରେ “ପହିଲଗ୍ରାମ ଆକ୍ରମଣ” ଶୀର୍ଷକ ନାଟକ ପରିବେଷଣ କରିଥିବାବେଳେ, ନାଟକଟି ଦର୍ଶକଙ୍କୁ ବିମୋହିତ କରିଥିଲା l ହରିହର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ, ଅନୁଷ୍ଠାନର ଜନନୀ ଓରାମ, ଦୀପିକା ଓରାମ ଓ ସୁକାନ୍ତି ଓରାମ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ