Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀର ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ; ୨ ଛୁଆଙ୍କ ସହ ୭ ମହଲାରୁ ଡେଇଁଲେ ବାପା

ନୂଆଦିଲ୍ଲୀ: ମଙ୍ଗଳବାର ସକାଳ ପ୍ରାୟ ୧୦ଟା ସମୟରେ ଦିଲ୍ଲୀର ଦ୍ୱାରକା ସେକ୍ଟର-୧୩ ସ୍ଥିତ ଏକ ପଶ ଆପାର୍ଟମେଣ୍ଟ ସୋସାଇଟିରେ ଅଗ୍ନିକାଣ୍ଡ ଘଟିଛି। ସପ୍ତମ ମହଲାରେ ରହୁଥିବା ଏକ ପରିବାର ନିଜ ଜୀବନ ବଞ୍ଚାଇବା ପାଇଁ ବାଲକୋନିରୁ ଡେଇଁ ପଡ଼ିଥିଲେ। କିନ୍ତୁ ଏହି ପ୍ରୟାସରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା।

ଅଗ୍ନିଶମ ବିଭାଗର ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ୮ଟି ଅଗ୍ନିଶମ ବାହିନୀର ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ରିଲିଫ୍ କାର୍ଯ୍ୟ ଆରମ୍ଭ ହେବା ପର୍ଯ୍ୟନ୍ତ ନିଆଁ ଏତେ ବ୍ୟାପି ଯାଇଥିଲା ଯେ ଏହା ସମ୍ପୂର୍ଣ୍ଣ ଟାୱାରକୁ ଗ୍ରାସ କରିଦେଇଥିଲା। ନିକଟରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଧୂଆଁ ଯୋଗୁଁ ଲୋକମାନେ ଶ୍ୱାସରୁଦ୍ଧ ହେବାକୁ ଲାଗିଲେ ଏବଂ ଦୃଶ୍ୟଟି ବହୁତ ଭୟଙ୍କର ହୋଇଗଲା। ଦ୍ୱାରକାର ଶପଥ ଆପାର୍ଟମେଣ୍ଟର ୭ମ ମହଲାରେ ରହୁଥିବା ଯଶ ଯାଦବ (୩୫) ଫ୍ଲେକ୍ସ ବୋର୍ଡ ବ୍ୟବସାୟ କରୁଥିଲେ। ତାଙ୍କ ସହିତ ଦୁଇଟି ପିଲା ମଧ୍ୟ ଥିଲେ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ, ଉଭୟଙ୍କ ବୟସ ପ୍ରାୟ ୧୦ ବର୍ଷ। ନିଆଁର ଭୟାବହତା ଦେଖି ସେ ପିଲାମାନଙ୍କ ସହିତ ଜୀବନ ବଞ୍ଚାଇବାକୁ ବାଲକୋନିରୁ ଡେଇଁପଡ଼ିଥିଲେ।

ଉଭୟ ପିଲାଙ୍କୁ ତୁରନ୍ତ ନିକଟସ୍ଥ ଆକାଶ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। କିଛି ସମୟ ପରେ ଯଶ ଯାଦବଙ୍କୁ ମଧ୍ୟ ଆଇଜିଆଇ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ବଞ୍ଚାଇ ପାରି ନଥିଲା ଡାକ୍ତର। ତେବେ ପରିବାରର ଜଣେ ମହିଳା ସଦସ୍ୟ ଏବଂ ବଡ଼ ପୁଅ କୌଣସି ପ୍ରକାରେ ନିଆଁରୁ ରକ୍ଷା ପାଇଯାଇଥିଲେ। ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ