Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାବା ସିଦ୍ଦିକିଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ଜୀଶାନ ଅଖତର ଗିରଫ

ନୂଆଦିଲ୍ଲୀ: ନ୍ୟାସନାଲ କଂଗ୍ରେସ ପାର୍ଟି (ଏନସିପି) ନେତା ବାବା ସିଦ୍ଦିକିଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ଜୀଶାନ ଅଖତର ଓରଫ ଜସି ପୁରେୱାଲଙ୍କୁ କାନାଡାରୁ ଗିରଫ କରାଯାଇଛି। ମୁମ୍ବାଇ ପୋଲିସ ଏନେଇ ସ୍ପଷ୍ଟ କରିଛନ୍ତି।

ପୋଲିସ ଅନୁଯାୟୀ ଏବେ ଜୀଶାନଙ୍କୁ ଭାରତ ଆଣିବା ପ୍ରକ୍ରିୟା ଆରମ୍ଭ ହେଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ୧୨ ଅକ୍ଟୋବର ୨୦୨୪ରେ ବାବା ସିଦ୍ଦିକିଙ୍କ ହତ୍ୟା ପରେ ଜୀଶାନ ଫେରାର୍ ହୋଇଯାଇଥିଲା। ଏହା ପରେ ସେ ପାକିସ୍ତାନୀ ଡନ୍ ଶହଜାଦ ଭଟ୍ଟିଙ୍କ ସହାୟତାରେ କାନାଡା ପହଞ୍ଚିଥିଲା। ସେବେଠାରୁ ମୁମ୍ବାଇ ପୋଲିସ ତାଙ୍କୁ ଖୋଜୁଛି। ଜୀଶାନ ଅଖତର ପଞ୍ଜାବର ଜଳନ୍ଧରର ବାସିନ୍ଦା। ଏହା ବ୍ୟତୀତ ଅଖତର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ମଧ୍ୟ ଅଂଶ ବୋଲି କୁହାଯାଉଛି।

ବାବା ସିଦ୍ଦିକିଙ୍କୁ ବାନ୍ଦ୍ରାରେ ତାଙ୍କ ଅଫିସ ବାହାରେ ଗୁଳି କରାଯାଇଥିଲା। ଏହି କଣ୍ଟ୍ରାକ୍ଟ କିଲିଂର ଷଡ଼ଯନ୍ତ୍ର ଜୀଶାନ ଅଖତର ରଚିଥିଲେ। ବାବା ସିଦ୍ଦିକି ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ୨୬ରୁ ଅଧିକ ଗିରଫ ହୋଇଛନ୍ତି। ଏଥିରେ ମୁଖ୍ୟ ସୁଟର ଶିବ କୁମାର ଗୌତମ ଏବଂ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନମୋଲ ବିଷ୍ନୋଇ ସାମିଲ ଅଛନ୍ତି। ଉଭୟଙ୍କୁ ଆମେରିକାରୁ ହେପାଜତକୁ ନିଆଯାଇଥିଲା। ସମସ୍ତ ୨୬ ଅଭିଯୁକ୍ତଙ୍କ ବିରୁଦ୍ଧରେ MCOCA କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ