Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା-ଆମ୍ବସରଭଟା ସୁରୁବାଲି ସେତୁ ଦାବିରେ ସଚେତନତା ଶୋଭାଯାତ୍ରା

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଠାରେ ସୁବଳୟା ଆମ୍ବସରଭଟ୍ଟା ସୁରବାଲି ସେତୁ ଦାବୀ କରି ସଚେତନତା ଶୋଭାଯାତ୍ରା ଓ ପଥପ୍ରାନ୍ତ ସଭା ସୁବଳୟା ଠାରେ ଅନୁଷ୍ଠିତ ହୋଇଯାଇଛି। ହର ସାହୁ , ଧୋବାଇ ମେହେର , ଯଦୁମଣି ମେହେର, ଗୋପାଳ ବେହେରା , ହୃଷୀକେଶ ମେହେର ଙ୍କ ସହିତ ସୁବଳୟା , ଆମ୍ବସରଭଟ୍ଟା, ପିତାମହୁଲ ତଥା ବିଭିନ୍ନ ଗ୍ରାମର ଲୋକମାନେ ଏକତ୍ରିତ ହୋଇ ସୁବଳୟା ଠାରୁ ଆମ୍ବସରଭଟ୍ଟା ସୁରବାଲି ସେତୁ ଦାବୀ କରି ସଚେତନତା ଶୋଭାଯାତ୍ରା କରିଛନ୍ତି । ସୁବଳୟା ଏକ ବ୍ୟବସାୟିକ ପେଣ୍ଠ ସ୍ଥଳି , ଏହିଠାରେ ସମସ୍ତ ଶିକ୍ଷାନୁଷ୍ଟାନ, ଆର ଆଇ ଅଫିସ, ଏବଂ ଦୈନିକ ବଜାର ରହିଛି । ଏଠକୁ ରେଢ଼ାଖୋଲ , ବୌଦ୍ଧ ଅଞ୍ଚଳ ର ଲୋକମାନେ ସବୁଦିନ ଯିବା ଆସିବା କରୁଛନ୍ତି । ସୁବଳୟା ଠାରୁ ଆମ୍ବସରଭଟ୍ଟା ଶୁରୁବାଳି ସେତୁ ନିର୍ମାଣ ହେଲେ ପ୍ରାୟ ୫ କିମି ରାସ୍ତା କମିଯିବ । ଏବେ ଯେଉଁ ରାସ୍ତା ରହିଛି ଜନଗହଳି ଗ୍ରାମ ଦେଇ ଯାଉଥିବା ରୁ ଦୁର୍ଘଟଣା ମାନ ହୋଇ ବିଭିନ୍ନ ସମୟରେ ଲୋକଙ୍କ ଜୀବନ ଯାଉଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଏହି ସେତୁ ନିର୍ମାଣ ପାଇଁ ଲୋକଙ୍କ ମଧ୍ୟରେ ଏକ ସଚେତନତା ଶୋଭାଯାତ୍ରା କରିବା ସହ ଲୋକ ହାତରେ ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲା କାର୍ଡ ଧରି ସୁବଳୟା ସହର ପରିକ୍ରମା କରି ଶେଷରେ ଏକ ପଥପ୍ରାନ୍ତ ସଭା କରାଯାଇଥିଲା । ସରକାର ଲୋକଙ୍କ ଦାବି ଥିବା ସୁବଳୟା ଆମ୍ବସରଭଟ୍ଟା ସୁରବାଲି ସେତୁ ଶୀଘ୍ର କରିବାକୁ ଦବିକରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ