ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ମୁଣ୍ଡଘାଟ ଗ୍ରାମପଞ୍ଚାୟତ ଧର୍ମଶାଳା ବନ୍ୟା ଆଶ୍ରୟସ୍ଥଳୀ ଠାରେ ରାଜ୍ୟ ଡୁମାଳ ପରିଷଦ ଓଡିଶା ଦୁଇ ଦିନିଆ ରାଜ୍ୟ ସ୍ତରୀୟ କାର୍ଯ୍ୟକାରିଣୀ ଏବଂ ସାଙ୍ଗଠନିକ ବୈଠକ ଉଦଯାପିତ ହୋଇଯାଇଛି I ଉଦଯାପନୀ ସଭାରେ ରାଜ୍ୟ ସଭାପତି ଦୟାସାଗର ମେଣ୍ଡିଲି ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ସଭା ପରିଚାଳନା କରିଥିଲ ରାଜ୍ୟ ଯୁବ ପରିଷଦ ସମ୍ପାଦକ ବିଜୟ ରଞ୍ଜନ କର୍ମୀ l ଏହି ସଭାରେ ପୁରାତନ ସମ୍ବିଧାନକୁ ତର୍ଜମା କରି ଯୁଗୋପଯୋଗୀ ପୂର୍ଣ୍ଣାଙ୍ଗ ସମ୍ବିଧାନ ପ୍ରଣୟନ ପାଇଁ ପ୍ରସ୍ତୁତି କମିଟି ଗଠନ କରାଗଲା , ରାଜ୍ୟସାରା ଏକକ ଜାତି ପ୍ରମାଣ ପତ୍ର ପ୍ରଚଳନ , ଅନ୍ୟ ଜାତିରେ ବିବାହ ବର୍ଜନୀୟ , ସୋସିଆଲ ମିଡ଼ିଆ ରେ ବିଭ୍ରାନ୍ତିକର ଜାତି ସମ୍ୱନ୍ଧୀୟ ମନ୍ତବ୍ୟ କୁ ରୋକିବା ପାଇଁ ମିଡ଼ିଆ ସେଲ କିମିଟୀ ଗଠନ , ସମାଜର ସ୍ଥାବର ଓ ଅସ୍ଥାବର ସମତିର ସୁରକ୍ଷା ଏବଂ ସଂଚାଳନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି l ଏହି ସଭାର ପ୍ରଥମ ଦିବସରେ ସ୍ଵତନ୍ତ୍ର ଅତିଥି ଭାବରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ, ଯୋଗଦେଇ ଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ସୁରେଶ ପାତ୍ର , ଯୁବ ସଭାପତି ଦୟାନିଧି ଖମାରୀ , ରାଜ୍ୟ ଉପ ସଭାପତି ସୁଦାମ ଖମାରୀ , ଲୋକନାଥ ମାହାର , କୋଷାଧ୍ୟକ୍ଷ ବିପିନ୍ ବିହାରୀ ପାତ୍ର ପ୍ରମୁଖ ଯୋଗଦେଇ ଥିଲେ I ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଅଶ୍ୱିନୀ କୁମାର ମହାକୁର, ଅନୁଗୁଳ ରୁ ଭଗବାନ ପଧାନ , କଟକରୁ ପ୍ରଭାସ ପଧାନ , ବୌଦ୍ଧ ରୁ ସୀତାଂଶୁ ମହାକୁଳ , ବରଗଡ଼ରୁ ଗଣେଶ ପଧାନ , ସମ୍ବଲପୁର ରୁ ଦେବୀଲାଲ ପଧାନ , ଖୋର୍ଦ୍ଧା ରୁ ବାମଦେବ ବଘାର , ଦେବଗଡ ପ୍ରତିନିଧି ଯଶୋବନ୍ତ ନାୟକ , ବଲାଙ୍ଗୀର ପ୍ରତିନିଧି ବୃଷଭାନୁ ଦନ୍ତା ଙ୍କ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ରାଜ୍ୟ ପରିଷଦର ସଭ୍ୟ , ସମସ୍ତ କେନ୍ଦ୍ର ସଭାପତି ସମ୍ପାଦକ ଉପସ୍ଥିତ ଥିଲେ I ଶେଷ ରେ ରାଜ୍ୟ ସମ୍ପାଦକ ଉଦିତ ପ୍ରତାବ ଦେହୁରୀ, ଉପସ୍ଥିତ ଥିବା ସମସ୍ତ କର୍ମ କର୍ତ୍ତା ମାନଙ୍କୁ ଧନ୍ୟବାଦ ଦେଇଥିଲେ l ଏହି ସଭାକୁ ସଫଳ କରିବାରେ ହିଙ୍ଗିମା କେନ୍ଦ୍ର , କଳାପଥର କେନ୍ଦ୍ର , ଜାଲୋଏ କେନ୍ଦ୍ର , ଏବଂ ଆମଜାତିଭାଇ ର ମା ନାରାୟଣୀ ଟେଣ୍ଟ ନୂଆପାଲି, କଳାପଥର ସହଯୋଗ କରିଥିଲେ l
ଧର୍ମଶାଳା ରେ ରାଜ୍ୟ ଡୁମାଳ ପରିଷଦ ର ଦୁଇ ଦିନିଆ ସାଙ୍ଗଠନିକ ବୈଠକ ଉଦଯାପିତ
