ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ନିକଟସ୍ଥ ଆମ୍ବସରଭଟା ଗାଁ ର ମେଧାବୀ ଛାତ୍ର ବି- ଫାର୍ମ ରେ ଓଡ଼ିଶା ଟପ୍ପର ହୋଇଛନ୍ତି l ସୁବଳୟା ନିକଟସ୍ଥ ଆମସରଭଟା ଗାଁ ର ବୁଣାକାର ପରିବାର ଚୈତନ୍ୟ ମେହେର ଓ ସୁମିତ୍ରା ମେହେର ପୁତ୍ର ଯତୀନ ମେହେର । ଓଜେ଼ଇ ବି – ଫାର୍ମ ରେ ରାଜ୍ୟ ରେ ପ୍ରଥମ ସ୍ଥାନ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ପ୍ରକାଶ ଯୋଗ୍ୟ କି ମଙ୍ଗଳବାର ଓଜେଇ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା l ଆମ୍ବସରଭଟା ଗାଁ ର ଯତୀନ ମେହେର ରାଜ୍ୟ ସ୍ତରୀୟ ଓଜେଇ ପ୍ରବେଶିକା ପରୀକ୍ଷା ରେ ରାଜ୍ୟ ରେ ପ୍ରଥମ ସ୍ଥାନ ରେ ଉତ୍ତୀର୍ଣ୍ଣ ହୋଇ ସୁବଳୟା ସମେତ ବୀରମହାରାଜପୁର ଏବଂ ସୋନପୁର ପାଇଁ ଗୌରବ ଆଣିଛନ୍ତି l ତାଙ୍କର ସଫଳତା ରେ ପରିବାର ଜ୍ଞାତି ପରିଜନ ଙ୍କ ସହିତ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି l ପୂର୍ବ ରୁ ତାଙ୍କ ବଡ ଭାଉଣି ମଧ୍ୟ ବିଶ୍ୱବିଦ୍ୟାଳୟ ସ୍ତରୀୟ ରେ ୨୦୨୩ ମସିହା ରେ ପଦାର୍ଥ ବିଜ୍ଞାନ ରେ ପ୍ରଥମ ହୋଇ ଅଞ୍ଚଳ ପାଇଁ ଗୌରବ ଅର୍ଜନ କରିଥିଲେ l
ଓଜେଇ ପ୍ରବେଶିକା ପରୀକ୍ଷା ବି-ଫାର୍ମ ରେ ସୁବଳୟା ର ଛାତ୍ର ଯତୀନ ମେହେର ଓଡିଶା ଟପ୍ପର
