ଗଣଶିକ୍ଷା ଓ ଶ୍ରମ ବିଭାଗର ଦାୟିତ୍ବ ତୁଲାଇବେ ପ୍ରମିଳା; ମିଳିଲା ୨ ବିଭାଗର ଅତିରିକ୍ତ ଦାୟିତ୍ବ


ଭୁବନେଶ୍ବର: ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ୨ ବିଭାଗର ଦାୟିତ୍ୱ । ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱରେ ରହିବେ ପ୍ରମିଳା ମଲ୍ଲିକ । ଗତକାଲି ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେଇଥିଲେ।

ସୂଚନାଥାଉ କି, ଗତକାଲି ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ପରେ ୨ ମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ ।

ବିକ୍ରମ ଆରୁଖ, ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ କିଏ ବାଚସ୍ପତି ହେବ ଓ କାହାକୁ ନବୀନ ମନ୍ତ୍ରୀମଣ୍ଡଳରେ ସାମିଲ୍ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଜି ଏହାର ଅବସାନ ଘଟିଛି ।