Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଣ୍ଠା ଠାକୁରାଣୀ ଯାତ୍ରା; ହଜାର ହଜାର ଭକ୍ତଙ୍କ ଗହଣରେ ମାଁଙ୍କ ନଗର ପରିକ୍ରମା

ବେଲଗୁଣ୍ଠା: ଏଠାରେ ଚାଲିଥିବା ପ୍ରସିଦ୍ଧ ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ ଅବସରରେ ନଗର ପରିକ୍ରମା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ଲକ୍ଷ୍ୟ କରାଯାଇଛି ।ବିଶେଷ କରି ରାତିର ନଗର ପରିକ୍ରମା ସମୟରେ ଏହି ଭିଡ଼ ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ବେଲଗୁଣ୍ଠା ୱାର୍ଡ ନମ୍ବର ୨ କେଉଟ ସାହି ତରଫରୁ ମାଁ ଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ହୋଇଥିଲା ।ନଗର ପରିକ୍ରମା ସମୟରେ ପଟୁଆରରେ ଥିବା ବିଭିନ୍ନ ବେଶଭୂଷା ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା ‌ସେହିପର ଜାମୁନୀର ଧୁମ୍ ଧଡାକା,ଖଇରପୁଟିର ଲଉଡି ଖେଳ ଓ କିନ୍ନର ନୃତ୍ୟ, ପାରମ୍ପରିକ ବାଘ ଷଣ୍ଢ,କାଠିନାଚ,ପାଳ ଭୁତ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଏହା ସହ କୁନି କୁନି କଳାକାରଙ୍କ ଦ୍ଵାରା ସିଦ୍ଧିଦାତ୍ରୀ, ମହାଗୌରୀ, କାତାୟନୀ, କାଳ ରାତ୍ରୀ, ସ୍କନ୍ଧ ମାତା,କୃଷଣ୍ଡା, ଚନ୍ଦ୍ର ଘଣ୍ଟା, ବ୍ରହ୍ମ ଚାରିଣୀ, ଓ ଶୈଳ ପୁତ୍ରୀ, ଭଳି ବେଶ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।
ପ୍ରତିଦିନ ପରି ମାଁ ବ୍ରାହ୍ମଣ ଦେବୀ ବେଲଗୁଣ୍ଠା ନଗର ପରିକ୍ରମା କରି ବିଳମ୍ବିତ ରାତିରେ ଅସ୍ଥାୟୀ ପୀଠରେ ବିଜେ କରିଥିଲେ ।ଆଜିର ନଗର ପରିକ୍ରମାରେ ଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ତଥା ନଗରପାଳ ଫିରୋଜ କୁମାର ସେଠୀ, ଉପସଭାପତି ଚନ୍ଦ୍ରମଣି ସାମଲ,ଉପଦେଷ୍ଟା ତଥା ପୂର୍ବତନ ନଗରପାଳ ରବୀନ୍ଦ୍ରନାଥ ମହାପାତ୍ର,ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, କାର୍ଯ୍ୟକାରୀ ସମ୍ପାଦକ ସନ୍ତୋଷ କୁମାର ସୁବୁଦ୍ଧି, ୱାର୍ଡ ନମ୍ବର ୨ କାଉନସିଲର ଦିବ୍ୟ ରଞ୍ଜନ ଦାଶ,କେଉଟ ସାହି ର ବାବୁଲା ଗୌଡ, ସନ୍ନ୍ୟାସୀ ଡାକୁଆ, ସନ୍ତୋଷ କୁମାର ପଣ୍ଡା,କେଉଟ ସାହି ଯୁବକ ସଂଘ ର ସଦସ୍ୟମାନେ ପ୍ରମୁଖ ପରିଚାଳନା କରିଥିବା ବେଳେ ରବୀନ୍ଦ୍ରନାଥ ଚୌଧୁରୀ, କୈଳାସ ଚନ୍ଦ୍ର ମହାପାତ୍ର ଓ ବଳରାମ ମହାରଣା ପ୍ରମୁଖ ଯାତ୍ରାର ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ସଚେତନତା କରାଇଥିଲେ । ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲେ ।