Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇସ୍ରାଏଲ-ଇରାନ ଆଟାକ; ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର

ତେହେରାନ: ଇସ୍ରାଏଲ ତେହେରାନର ଆବାସିକ ଅଞ୍ଚଳ ଏବଂ ସାମରିକ ପରମାଣୁ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଛି। ଫଳରେ ଇରାନ ତାର ଏୟାରସ୍ପେସ୍ ବନ୍ଦ କରିଦେଇଛି। ଏୟାରସ୍ପେସ୍ ବନ୍ଦ ହେବାର ରିପୋର୍ଟ ମଧ୍ୟରେ ଦିଲ୍ଲୀ ବିମାନବନ୍ଦର ଏକ ପରାମର୍ଶ ଜାରି କରିଛି। ଦିଲ୍ଲୀ ବିମାନବନ୍ଦର ବିମାନ ଯାତ୍ରୀଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ଦିଲ୍ଲୀ ବିମାନବନ୍ଦର ସକାଳ ୮ଟା ୧୦ ରେ ଏହି ପରାମର୍ଶ ଜାରି କରିଛି।

ଏହି ପରାମର୍ଶରେ କୁହାଯାଇଛି ଯେ ବର୍ତ୍ତମାନ ଦିଲ୍ଲୀ ବିମାନବନ୍ଦରର ଉଡାଣ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଦିଲ୍ଲୀ ବିମାନବନ୍ଦରରେ ବିମାନ ଯାତ୍ରା ଜାରି ରହିଛି।ତଥାପି, ଇରାନ, ଇରାକ ଏବଂ ଆଖପାଖ ଅଞ୍ଚଳରେ ଏୟାରସ୍ପେସ୍ ସମ୍ପର୍କରେ ବଢ଼ୁଥିବା ପରିସ୍ଥିତି ଯୋଗୁଁ କିଛି ବିମାନର ସମୟସୂଚୀ ପ୍ରଭାବିତ ହୋଇପାରେ।

ସେହିପରି ଏୟାର ଇଣ୍ଡିଆ ତାର ସୋସିଆଲ ମିଡିଆ ଆକାଉଣ୍ଟ X ରୁ ପୋଷ୍ଟ କରି ସୂଚନା ଦେଇଛି ଯେ, ଏୟାର ଇଣ୍ଡିଆର ଅନେକ ବିମାନ ସମୟସୂଚୀରେ ପରିବର୍ତନ କରାଯାଇଛି। ଫଳରେ ଯାତ୍ରୀ ମାନେ ନିଜନିଜ ଫ୍ଲାଇଟ୍ ସମୟ ଚେକ୍ କରିବାକୁ କୁହାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ