ଝାରସୁଗୁଡ଼ା ୧୩/୦୬(ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା କୋଲାଵିରା ଥାନା ଅନ୍ତର୍ଗତ ସମାସିଂହା-ସୋଡାମାଳ ରାସ୍ତା ମଝିରେ ଶୁକ୍ରବାର ମଧ୍ୟାହ୍ନ ସମୟରେ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ମୋପେଡ ଚାଳକଙ୍କ ସହ ସଙ୍ଗରେ ଅନ୍ୟ ଜଣେ ଯୁବକ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି l ମୃତକ ଦ୍ବୟ ହେଲେ କୋଲାଵିରା ଥାନା ଲୁଡୁଙ୍ଗ ଗ୍ରାମର ମୋପେଡ ଚାଳକ ରବି ଭୋଇ ଓ ସମାସିଂହା ଗ୍ରାମର ଗଣେଶ ଜୟପୂରିୟା l ଟିଭିଏସ ମୋପେଡ଼ଟି ସୋଡାମାଲ ରୁ ସମାସିଂହା ଆଡ଼କୁ ଆସୁଥିବା ବେଳେ କାରଟି ସୋଡାମାଳ ଆଡ଼କୁ ଯାଉଥିଲା l ତେବେ ସମାସିଂହା ର ଗଣେଶ
ମୋପେଡରେ ଲିଫ୍ଟ ମାଗି ଆସୁଥିଲେ ବୋଲି ସୂଚନା ମିଳିଛି l ଦୁର୍ଘଟଣା ପରେ ଉଭୟଙ୍କୁ ଗୁରୁତର ଆହତ ଅବସ୍ଥାରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଲୟକୁ ନିଆ ଯାଇଥିଲା l କିନ୍ତୁ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କୋଲାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର ଓ ମୋପେଡକୁ ଜବତ୍ କରି ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ ।l
କାର ଓ ମୋପେଡ୍ ମୁହାଁମୁହିଁ ଧକ୍କା, ୨ ମୃତ, ମ
