ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଠାରେ ଥିବା ଆୟୁସ୍ମାନ ଆରୋଗ୍ୟ ମନ୍ଦିର ଟି ବହୁ ଅବ୍ଯବସ୍ଥା ଅବସ୍ଥାରେ ପଡ଼ି ରହିଛ l ଦୁଇବର୍ଷ ରୁ ଉର୍ଦ୍ଧ୍ବ ହେବ ବିଜୁଳି ସଂଯୋଗ ହୋଇନାହିଁ l ଫଳରେ ଏଠାକୁ ଆସୁଥିବା ରୋଗୀ ଓ ରୋଗୀଙ୍କ ସାଙ୍ଗରେ ଆସୁଥିବା ସମ୍ପକୀୟ ମାନେ ପ୍ରବଳ ଗରମ ଓ ଗୁଳୁଗୁଳି ହେତୁ ଛଟପଟ ହେଉଛନ୍ତି l ଏଠାକୁ ସବୁଦିନ ଆସୁଥିବା ରୋଗୀ ଙ୍କ ସମେତ ପ୍ରତ୍ୟେକ ମାସ ର ପ୍ରଥମ ସୋମବାର ଆୟୁସ୍ମାନ ଆରୋଗ୍ୟ ଶିବିର , ମଙ୍ଗଳବାର ଦିନ ମମତା ଦିବସ , ବୁଧବାର ଟୀକା କରଣ ଦିବସ ଥିବାରୁ ପ୍ରସୁତି ମା ଓ ଛୋଟ ଛୋଟ ଛୁଆ ମାନଙ୍କୁ ନେଇଆସନ୍ତି ଟୀକା କରଣ ପାଇଁ l ବିଭିନ୍ନ ଗାଁ ରୁ ଆସନ୍ତି ହେଲେ ସେଠାରେ କୁଳର କିମ୍ବା ପଙ୍ଖା ଥିଲେ ମଧ୍ୟ୍ୟ ବିଦ୍ୟୁତ ଯୋଗାଣ ନଥିବାରୁ ପ୍ରସୁତି/ଗର୍ଭବତୀ ମା ଓ ଛୁଆ ମାନେ ଗରମ ଓ ଗୁଳୁଗୁଳି ରେ ଡହକ ବିକଳ ହେଉଥିବା ଦେଖିବାକୁ ମିଳିଛି l ଏଇ ଭଳି ପରିସ୍ଥିତି ରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ କୁ ଡ୍ରେସିଂ କରିବା , ହାତ ଧୋଇବlକୁ , ପାଣି ପିଇବାକୁ ସୁଦ୍ଧା ପାଣି ଟୋପାଏ ମିଳୁନାହିଁ l ଏଠାରେ ଥିବା ନଳକୂଅ ରୁପାଣି ଆଣି ସମସ୍ତ କାମ ହେଉଛି ଓ ସମସ୍ତ ବିଦ୍ୟୁତ ଚାଳିତ ଉପକରଣ ଅଚଳ ପଡିଛି,, ଫଳରେ ରୋଗୀସେବା ବ୍ୟlହତ ହେଉଥିବା ସୂଚନା ମିଳିଛି l ଏ ନେଇ ସ୍ୱାସ୍ଥ୍ୟ ବିଭାଗୀୟ ଯନ୍ତ୍ରୀ ସୁଶାନ୍ତ ପଧାନ ଙ୍କୁ ଯୋଗାଯୋଗ କରିବାରୁ DFW ବିଭାଗ କୁ ମଞ୍ଜୁର କରିବା ପାଇଁ କାଗଜ ପତ୍ର ଦିଆଯାଇଛି ମଞ୍ଜୁର ହୋଇ ଆସିଲେ ବିଦ୍ୟୁତ ସଂଯୋଗ ହେବ ବୋଲି କହିଥିଲେ l ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି l
ଅବ୍ୟବସ୍ଥା ଘେରରେ କେନଝରିଆ ପାଲି ଆରୋଗ୍ୟ ଆୟୁଷ୍ମାନ ମନ୍ଦିର
