Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂତନ ଭାବେ ଯୋଗଦେଇ ଥିବା ବୀରମହାରାଜପୁର ଉପଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେର ଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ ଭାବେ ଶ୍ରୀଯୁକ୍ତ ସୁରେନ୍ଦ୍ର ମେହେର ଗତ ମଙ୍ଗଳବାର ଠାରୁ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ତାଙ୍କୁ ସ୍ବାଗତ କରିବା ପାଇଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁରର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ବରେ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଯାଇ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ସ୍ବାଗତ ଜଣାଇ ଥିଲେ । ଏଥିରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ କୃଷ୍ଣଚନ୍ଦ୍ର ପାଢୀ , ଭୂଷଣ କୁମାର ପାତ୍ର, ବଳରାମ କାଣ୍ଡ , ନାରାୟଣ ପ୍ରସାଦ ନାୟକ , ସଂପାଦକ ସନ୍ତୋଷ ଷଡ଼ଙ୍ଗୀ , ଉପ ସଭାପତି ସୌମିତ୍ରୀ ମହେର , ବାସୁଦେବ ପଣ୍ଡା , ଡ.ଦ୍ବିତୀକୃଷ୍ଣ ପଣ୍ଡା , ଭୀମସେନ ବାରିକ , ସୁରୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ଉପଜିଲ୍ଲାପାଳଙ୍କୁ ଅନୁଷ୍ଠାନ ତରଫରୁ ସ୍ବାଗତ କରିବା ସହିତ ଆସନ୍ତା ଜୁନ୍ ୧୫ ତାରିଖରେ ପାଳିତ ହେବାକୁ ଥିବା ବିଶ୍ବ ବରିଷ୍ଠ ଦୁର୍ବ୍ୟବହାର ସଚେତନତା ଦିବସ ପାଳନ ଅବସରରେ ଅତିଥି ଭାବେ ଯୋଗ ଦେବାକୁ ଆମନ୍ତ୍ରିତ କରା ଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ