Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ନିତ୍ୟ ଯୋଗ ସମିତି ପକ୍ଷରୁ ବିଶ୍ଵ ଯୋଗ ଦିବସ ପାଇଁ ପ୍ରସ୍ତୁତି ବୈଠକ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିତ୍ୟ ଯୋଗ ସମିତି ତରଫରୁ ଶୁକ୍ରବାର ସକାଳ ୬.୩୦ ମିନିଟ୍ ସମୟରେ ବୀରମହାରାଜପୁର କଲେଜ୍ ପଡ଼ିଆରେ ବିଶ୍ବ ଯୋଗ ଦିବସକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋଗ ସମିତି ର ଅଧ୍ୟକ୍ଷ ବିଶିଷ୍ଟ ଯୋଗବିତ୍ ସନ୍ୟାସୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସର୍ବ ପ୍ରଥମେ ଅହମଦାବାଦ ଠାରେ ଘଟିଥିବା ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଅମର ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ସହିତ ଆହତ ମାନଙ୍କ ଆଶୁ ଆରୋଗ୍ୟ ପାଇଁ ଭଗବାନ ଠାରେ ପ୍ରାର୍ଥନା କରାଯାଇଥିଲା। ବୀରମହାରାଜପୁର ପତଞ୍ଜଳୀ ଯୋଗ କମିଟିର ତହସିଲ ପ୍ରଭାରୀ ତଥା ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ଆଗାମୀ ଜୁନ ୨୧ରେ ହେବାକୁ ଥିବା ବିଶ୍ବ ଯୋଗ ଦିବସକୁ ବୀରମହାରାଜପୁର ମିନି ଷ୍ଟାଡିୟମ ଠାରେ ସକାଳ ୬.୩୦ ମିନିଟ୍ ରେ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହାକୁ ବୈଠକରେ ଚୁଡ଼ାନ୍ତ କରାଯାଇଥିଲା । ବିଶ୍ବ ଯୋଗ ଦିବସ ପାଳନ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ସ୍କୁଲ , କଲେଜ , ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ , ବରିଷ୍ଠ ନାଗରିକ ସଙ୍ଗଠନ , ସରକାରୀ କର୍ମଚାରୀ , ସାଧାରଣ ନାଗରିକ ମାନଙ୍କୁ ଏଥିରେ ସାମିଲ ହେବାକୁ ନିବେଦନ କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ବିଶିଷ୍ଟ ଯୋଗାଚାର୍ଯ୍ୟ ଡ଼କ୍ଟର ଦ୍ବିତୀ କୃଷ୍ଣ ପଣ୍ଡା ଯୋଗ ପ୍ରଶିକ୍ଷକ ଭାବରେ ଯୋଗଦେଇ ଯୋଗ ପରିଚାଳନା କରିବେ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆଜିର ଏହି ବୈଠକରେ ଯୋଗାଚାର୍ଯ୍ୟ ଡ଼କ୍ଟର ଦ୍ବିତୀ କୃଷ୍ଣ ପଣ୍ଡା , ରାଜେଶ କୁମାର ପାଣିଗ୍ରାହୀ , କ୍ୟାପଟେନ ସୁର୍ଯ୍ୟ ନାରାୟଣ ପଣ୍ଡା, ରାଜେନ୍ଦ୍ର କୁମାର ରଥ, ଜୟ କୃଷ୍ଣ ତ୍ରିପାଠୀ , ଶଙ୍କର ମେହେର , ହିମାଂଶୁ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଯୁଗଳ କିଶୋର ମିଶ୍ର ପରିଚାଳନା କରିଥିବା ବେଳେ ସୁରେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ