ଚିପିଲିମା ଚନ୍ଦ୍ରଶେଖର ବାବା ମନ୍ଦିରରେ ନୂତନ ବୃଷଭ ପ୍ରତିଷ୍ଠା ମହୋତ୍ସବ


ଚିପିଲିମା,୧୩/୬ ସମ୍ବଲପୁର ଚିପିଲିମା ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବାଙ୍କ ମନ୍ଦିରରେ ଆଜି ବୃଷଭ ପ୍ରତିଷ୍ଠା ମହୋତ୍ସବ ସମାରୋହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମନ୍ଦିର ପୂଜକ ବିଶ୍ଵନାଥ ନାଏକ ପ୍ରାତଃରୁ ମନ୍ଦିର ନୀତିକାନ୍ତି ମଧ୍ୟରେ ପୂଜାର୍ଚ୍ଚନା କରିଥିଲେ l ପରେ ନୂତନ ବୃଷଭ ପ୍ରତିଷ୍ଠା ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ରୀତିନୀତି ମଧ୍ୟରେ କଳସ, ମଣ୍ଡଳ ପୂଜା, ଗର୍ଭାଧାନ, ଲିଙ୍ଗଭରଣ, ହବନ, ଆରତୀ, ପୁଷ୍ପାଞ୍ଜଳୀ ଆଦି ହୋଇଥିଲା l କର୍ତ୍ତା ଭାବରେ ଚିପିଲିମା ଶିବଶଙ୍କର ତିୱାରୀ ଓ ତାଙ୍କ ସହଧର୍ମିଣୀ ଆଶା ତିୱାରୀ ଦାୟିତ୍ୱ ସମ୍ପାଦନ କରିଥିବାବେଳେ, ମୁଖ୍ୟ ପଣ୍ଡିତ ବୈରାଗୀ ଚରଣ ଆଚାର୍ଯ୍ୟ ଓ ସହଯୋଗୀ ଭାବରେ ପଣ୍ଡିତ ସାହିଲ ଦାଶ ଓ ଅଂଶୁମାନ ଦାଶ ଦାୟିତ୍ୱ ସମ୍ପାଦନ କରିଥିଲେ l ଏହି ଅବସରରେ ଭଜନ, କୀର୍ତ୍ତନ ଆଦି ପରିବେଷଣ ହୋଇଥିଲା l ସହସ୍ରାଧିକ ଶ୍ରଦ୍ଧାଲୁଙ୍କ ଗହଣରେ ବୃଷଭ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ, ଶ୍ରଦ୍ଧାଲୁଙ୍କ ପାଇଁ ଅନ୍ନକୋଟର ବ୍ୟବସ୍ଥା ରହିଥିଲା l କଂଗ୍ରେସ ପିସିସି ସମ୍ପାଦକ ଇଂ ଦିଲୀପ ଦୁରିଆ ତଥା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ଚନ୍ଦ୍ରଶେଖର ବାବା ତଥା ନନ୍ଦି ଭଗବାନଙ୍କ ଆଶୀର୍ବାଦ ପ୍ରାପ୍ତି କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ଅଞ୍ଚଳବାସୀ ସହଯୋଗ କରିଥିଲେ l