Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ବୀରମହାରାଜପୁର ରେ ସାମୁହିକ କ୍ଯାଣ୍ଡେଲ ପ୍ରଜ୍ଵଳନ

ବୀରମହାରାଜପୁର : (ସୌମିତ୍ରି ମେହେର)
ଗତ ଜୁନ ୧୨ ତାରିଖରେ ଅହମଦାବାଦ ଠାରୁ ଲଣ୍ଡନ୍ ଗାମୀ ଏଆର୍ ଇଣ୍ଡିଆ ର ବିମାନ୍ ଏ ଆର୍ ୧୭୧ ଉଡାଣ କରିବାର କିଛି ସମୟ ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ୨୩୦ ଜଣ ଯାତ୍ରୀ , ୧୦ ଜଣ କ୍ର୍ୟୁ ମେମ୍ବର ଏବଂ ୨ଜଣ ପାଇଲଟ୍ ଆରୋହୀ ଥିଲେ ।ଏଥିରୁ ପାଇଲଟ ଓ ବିମାନ କର୍ମଚାରୀ ଙ୍କ ସମେତ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବି ଜେ ମେଡିକାଲ କଲେଜ ହଷ୍ଟେଲରେ ପଡିବାରୁ ସଂଖ୍ୟାଧିକ ମେଡିକାଲ ଛାତ୍ର ମାନେ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ସମସ୍ତଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ଆଜି ସଂଧ୍ୟା ୮ଘଣ୍ଟା ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ବୀରମହାରାଜପୁର ଠାରେ ଏକ ସାମୂହିକ କ୍ୟାଣ୍ଡେଲ ଅର୍ପଣ କାର୍ଯ୍ୟ ସହିତ ଏକ ମିନିଟ୍ ନୀରବ ପ୍ରାର୍ଥନା କରା ଯାଇଥିଲା । ଶନିବାର ବ୍ଲକ୍ ଉପାଧ୍ୟକ୍ଷ ନାରାୟଣ ଲୁହା , ଆଲୋକ ଦେହେରୀ , ସୁରୁ ମହାକୁର , ପିଣ୍ଟୁ ହୋତା , ନିରୋଦ ପାଣ୍ଡେ , ରମେଶ ଦେହେରୀ , ଲକ୍ଷ୍ମୀ ନାରାୟଣ ପୁରୋହିତ , ରାମେଶ୍ବର ମହାକୁର , ସୁଜିତ ରଥ , ମହାଦେବ ରଥ , ସିତ ଦାଶ , ଭକ୍ତ କ୍ଷେତୀ, ବିଜୟ ପ୍ରଧାନ , ଡ.ଦ୍ବିତୀକୃଷ୍ଣ ପଣ୍ଡା , ବସନ୍ତ ମହାକୁର ପ୍ରମୁଖ ସାମିଲ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ