ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆ ପାଲି ପଞ୍ଚାୟତ ର ତେଲିପାଲି ଗ୍ରାମର ଛାତ୍ରୀ ସ୍ରୁଷ୍ଟି ଆଇଏସl ପ୍ରଧାନ ପ୍ରକାଶିତ ନିଟ୍ (ୟୁଜି) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି l ସେ ସମୁଦାୟ 720 ନମ୍ବର ରୁ 563 ନମ୍ବର ରଖି 7513 ରlଙ୍କ ହାସଲ କରିଛନ୍ତି l ଏଥିପାଇଁ ସେ ଦୈନିକ ବାର ଘଣ୍ଟା ଅଧୟନ କରୁଥିବା ବେଳେ ତାଙ୍କର ଦ୍ଵିତୀୟ ପ୍ରଚେଷ୍ଟାରେ ଏହି ସଫଳତା ହାସଲ କରିଥିବା ସେ କହିଛନ୍ତି l ତାଙ୍କରି ଏହି ସଫଳତା ରେ ତାଙ୍କ ପିତା ମାତା, ପରିବାର ର ସମସ୍ତ ସଦସ୍ୟ , ଗୁରୁଜନ ଏବଂ ଭାଗବାନଙ୍କ ଆଶିର୍ବାଦ ରହିଥିବା ସେ କୁହନ୍ତି l ସ୍ରୁଷ୍ଟି ଆଇଏସl ଙ୍କ ମା ଅନୁସୂୟା ଧଳ ଜଣେ ଶିକ୍ଷୟିତ୍ରୀ ଏବଂ ପିତା ଜଣେ ଆଇନଜୀବୀ ଅଟନ୍ତି l
ନିଟ (ୟୁଜି) ପରୀକ୍ଷାରେ କୃତକାର୍ଯ୍ୟ ହେଲେ ତେଲିପାଲି ଗ୍ରାମ ର ଛାତ୍ରୀ ସ୍ରୁଷ୍ଟି ଆୟେସl
