Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନରେ ଇନ୍ଧନର ମୂଲ୍ୟ ବୃଦ୍ଧି କଲେ ଶହବାଜ ସରିଫ

କରାଚି: ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନର ଶାହବାଜ ସରିଫ ସରକାର ପୁଣିଥରେ ଇନ୍ଧନର ମୂଲ୍ୟ ବୃଦ୍ଧି କରିବା ନେଇ ଘୋଷଣା କରିଛନ୍ତି। ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର ପିଛା  ୪.୮୦ ପାକିସ୍ତାନୀ ଟଙ୍କାକୁ  ବୃଦ୍ଧି କରାଯିବା ସହ ବର୍ତ୍ତମାନ୍ ଏହାର ମୂଲ୍ୟ  ଲିଟର ପିଛା ୨୫୮.୪୩ ପାକିସ୍ତାନୀ ଟଙ୍କାରେ ପହଞ୍ଚିଛି।

ଏଥି ସହିତ ହାଇ-ସ୍ପିଡ୍ ଡିଜେଲର ମୂଲ୍ୟ ମଧ୍ୟ ଲିଟର ପିଛା ୭.୯୫ ପାକିସ୍ତାନୀ ଟଙ୍କାକୁ ବୃଦ୍ଧି କରାଯାଇଛି ଓ ବର୍ତ୍ତମାନ୍ ଏଥିପାଇଁ  ଲିଟର ପିଛା ଲୋକମାନଙ୍କୁ ୨୬୨.୫୯ ପାକିସ୍ତାନୀ ଟଙ୍କା ଦେବାକୁ ପଡ଼ିବ। ତେବେ ଏହି ନୂତନ ମୂଲ୍ୟ ତୁରନ୍ତ କାର୍ଯ୍ୟକାରୀ କରାଯିବା ସହ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜଣାପଡିଛି।

ଏହା ପୂର୍ବରୁ ଜୁନ ୧ରେ ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ପ୍ରତି ଲିଟରରେ ୧ଟଙ୍କା ବୃଦ୍ଧି କରିଥିଲେ। ଯାହାଫଳରେ ପେଟ୍ରୋଲ ମୂଲ୍ୟ ପ୍ରତି ଲିଟର ପିଛା ୨୫୨.୬୩ ପାକିସ୍ତାନୀ ଟଙ୍କାରୁ ବୃଦ୍ଧି ପାଇ ୨୫୩.୬୩ ପାକିସ୍ତାନୀ ଟଙ୍କାରେ ପହଞ୍ଚିଥିଲା। ଡିଜେଲର ମୂଲ୍ୟ ଅପରିବର୍ତ୍ତିତ ରହି ୨୫୪.୬୪ ଟଙ୍କାରେ ଥିଲା। ତେବେ ପୂର୍ବରୁ ଜୁନ୍ ୨ ତାରିଖରେ ହୋଇଥିବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ୨୦୨୫-୨୬ ବଜେଟ୍ ରେ ପାକିସ୍ତାନକୁ ନିଜର ଆର୍ଥିକ ସ୍ଥିତିକୁ ଉନ୍ନତ କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ  ଦିଆଯାଇଥିଲା। ଏହାର ପ୍ରଭାବରେ ପାକିସ୍ତାନ ଏପରି କଠୋର ପଦକ୍ଷେପ ନେଇଥିବା ଜଣାପଡ଼ିଛି। ତେବେ ଯେଉଁ ଲୋକମାନେ ନଗଦ ଦେଇ ପେଟ୍ରୋଲ ଏବଂ ଡିଜେଲ ନେବେ ସେମାନଙ୍କୁ ପ୍ରତି ଲିଟରରେ  ୨ ଟଙ୍କା ଅଧିକ ଦେବାକୁ ପଡ଼ିବ ବୋଲି  ଆଇଏମଏଫ୍ ତରଫରୁ କୁହାଯାଇଥିଲା।

ଅପରପକ୍ଷରେ ଡିଜିଟାଲ ସେବାକୁ  ପ୍ରୋତ୍ସାହିତ କରିବା ପାଇଁ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ଯେଉଁମାନେ ବ୍ୟବହାର  କରିବେ ସେମାନଙ୍କୁ ପ୍ରତି ଲିଟରରେ ୨ ଟଙ୍କା ରିହାତି ଦେବା ନେଇ ଘୋଷଣା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ