ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଶିଶୁ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ଆଗାମୀ “ଆନ୍ତର୍ଜାତିକ ଯୋଗ ଦିବସ” ପାଳନକୁ ଭବ୍ୟ ପାଳନ ପାଇଁ ପ୍ରସ୍ତୁତି ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଖଣ୍ଡ ଯୋଗ ସମିତି ସଂଯୋଜକ ତଥା ଯୋଗ ଗୁରୁ ଡକ୍ଟର ହୃଷୀକେଶ ଦେହେରି ମତ ରଖିଥିଲେ ଯେ ପ୍ରତି ଖଣ୍ଡ , ନଗର , ପଞ୍ଚାୟତରେ ଯୋଗ ଦିବସ ପାଳନ ହେବ l ସେଥିପ୍ରତି ସମସ୍ତ ଯୋଗ ଗୁରୁଙ୍କ ଆବଶ୍ୟତା ରହିଛି। ଏହି ପ୍ରଶିକ୍ଷଣରେ ଯୋଗ ପ୍ରଶିକ୍ଷକ ଧବଳେଶ୍ୱର ଭୁକ୍ତା ପ୍ରୋଟୋକଲ୍ ଆଧାରରେ ପ୍ରଶିକ୍ଷଣ ପ୍ରଦାନ୍ କରିଥିଲେ। ଆଗାମୀ ଦିନରେ କିପରି ପ୍ରତି ଗ୍ରାମରେ , ଶିକ୍ଷାନୁଷ୍ଠାନ , ସ୍କୁଲ , କଲେଜ , ସ୍ଵଚ୍ଛା ସେବୀ ସଗଠନ, ସରକାରୀ କର୍ମଚାରୀ , ସାଧାରଣ ନାଗରିକ ମାନଙ୍କୁ ସାମିଲ ହେବାକୁ ନିବେଦନ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଥିଲ। କାର୍ଯକ୍ରମକୁ ରାମେଶ୍ବର ପଧାନ ପରିଚାଳନା କରିଥିବା ବେଳେ ଯୋଗ ଗୁରୁ ଶମ୍ଭୁରାଜ କର୍ଣ୍ଣ ଧନ୍ୟବାଦ୍ ଦେଇଥିଲେ।