Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ: ମଙ୍ଗଳବାର କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସକୁ ଏକ ବୋମା ଧମକ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ବିମାନକୁ ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହାପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇ ବିମାନର ଯାଞ୍ଚ କରାଯାଇଥିଲା।

ତେବେ ଆଜି ସକାଳ ୯.୨୦ ସମୟରେ କୋଚିରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ନମ୍ବର ୬ଇ ୨୭୦୬ କୁ ବୋମା ଧମକ ମିଳିଥିଲା। ପ୍ରୋଟୋକଲ ଅନୁଯାୟୀ ତୁରନ୍ତ ଏକ ଜରୁରୀକାଳୀନ ବୈଠକ ବସିଥିଲା। ଧମକରେ ବିମାନର ନମ୍ୱର ସଠିକ୍ ଭାବେ ଦିଆଯାଇଥିବାରୁ ଏହି ମାମଲାକୁ ଗମ୍ଭୀର ଭାବେ ବିବେଚନା କରାଯାଇଥିଲା। ଏହା ପୂର୍ବରୁ  ଶୁକ୍ରବାର ଦିନ ଥାଇଲ୍ୟାଣ୍ଡର ଫୁକେଟ୍ ରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଏ ଆଇ-୩୭୯କୁ ବୋମା ଧମକ ମିଳିଥିଲା  ଯାହା ପରେ ଏହାକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ତେବେ ସେହି ଏୟାର ଇଣ୍ଡିଆ ବିମାନରେ ୧୫୬ ଜଣ ଯାତ୍ରୀ ଥିବା ଅଧିକାରୀମାନେ ସୂଚନା ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ