ବୀରମହାରାଜପୁର : (ସୌମିତ୍ରି ମେହେର)
ପ୍ରକାଶିତ ହୋଇଥିବା ନିଟ (ୟୁଜି) ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଛନ୍ତି ବୀରମହାରାଜପୁର ଉପଖଣ୍ଡ ର ସୌମ୍ୟପ୍ରିୟା ମେହେର , ସିଦ୍ଧାର୍ଥ ପ୍ରଧାନ ଓ ଉଲୁଣ୍ଡା ର ପାର୍ଥସାରଥି ଦେହୁରୀ । ସୌମ୍ୟପ୍ରିୟା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମର ହୋଇଥିବା ବେଳେ ସିଦ୍ଧାର୍ଥ ଲୁତୁରପଙ୍କ ଗ୍ରାମର ଏବଂ ପାର୍ଥସାରଥି ଦେହୁରୀ ଉଲୁଣ୍ଡା ବ୍ଲକ ଅଇଁଲାଛାଟ ଗ୍ରାମର ଅଟନ୍ତି । ସୌମ୍ୟପ୍ରିୟା ସମୁଦାୟ ୭୨୦ ନମ୍ବର ରୁ ୫୬୮ ନମ୍ବର ରଖି ୫ ହଜାର ୮ଶହ ରାଙ୍କ ହାସଲ କରିଥିବା ବେଳେ ପାର୍ଥସାରଥି ଦେହୁରୀ ସମୁଦାୟ ୭୨୦ ନମ୍ବର ରୁ ୫୩୦ ନମ୍ବର ରଖି ସର୍ବ ଭାରତୀୟ ସ୍ତରରେ ୨୦ ହଜାର ୫୧୨ ରାଙ୍କ ହାସଲ କରି ଡାକ୍ତରୀ ପାଠ ପଢା ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସୌମ୍ୟପ୍ରିୟା ତରଭା ସ୍ଥିତ ନବୋଦୟ ସ୍କୁଲରୁ ଉଭୟ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ରେ ୯୭ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ବେଳେ ସେ ତାଙ୍କର ଦ୍ଵିତୀୟ ପ୍ରଚେଷ୍ଟା ରେ ଏହି ସଫଳତା ହାସଲ କରିଛନ୍ତି। । ସୌମ୍ୟପ୍ରିୟା ସୁବଳୟା ର ପୂର୍ବତନ ସରପଞ୍ଚ ସ୍ବର୍ଗତ ଅନନ୍ତନାରାୟଣ ମେହେର ଙ୍କ ଏକମାତ୍ର ଝିଅ ଅଟନ୍ତି । ସେହିପରି ପାର୍ଥସାରଥି ଉଲୁଣ୍ଡା ଝାରବାହାଲି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରୁ ମାଟ୍ରିକ ରେ ୯୦ପ୍ରତିଶତ ନମ୍ବର ରଖି ଥିବା ବେଳେ ସମ୍ବଲପୁର ସ୍ଥିତ ଏକ ଘରୋଇ ଯୁକ୍ତ ଦୁଇ କଲେଜରୁ ୯୨ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ। ସେ ତାଙ୍କର ଦ୍ଵିତୀୟ ପ୍ରଚେଷ୍ଟା ରେ ଏହି ସଫଳତା ପାଇଛନ୍ତି। ସେ ଅଇଁଲାଛାଟ ଗ୍ରାମର ଶିକ୍ଷକ ପ୍ରଫୁଲ୍ଲ ଦେହୁରୀ ଙ୍କ ଏକମାତ୍ର ପୁତ୍ର ଅଟନ୍ତି।
ସେହିପରି ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମର ସିଦ୍ଧାର୍ଥ ପ୍ରଧାନ ସମୁଦାୟ ୭୨୦ ନମ୍ବର ରୁ ୫୨୨ ନମ୍ବର ରଖି ୨୯ ହଜାର ୩୦୦ ରାଙ୍କ ହାସଲ କରି ଡାକ୍ତରୀ ପାଠ ପଢିବା କୁ ଯୋଗ୍ୟ ହୋଇଛନ୍ତି। ସେ ତାଙ୍କର ତୃତୀୟ ପ୍ରଚେଷ୍ଟା ରେ ଏହି ସଫଳତା ପାଇଛନ୍ତି। ସିଦ୍ଧାର୍ଥ ସମ୍ବଲପୁର ସ୍ଥିତ ଗୁରୁ ନାନକ ପବ୍ଲିକ ସ୍କୁଲ ରୁ ମାଟ୍ରିକ ରେ ୮୬ ପ୍ରତିଶତ ଓ ଯୁକ୍ତ ଦୁଇ ସେ ବରଗଡ଼ ସ୍ଥିତ ବିକାଶ କଲେଜ ରୁ ୮୯ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ । ସେ ଲୁତୁରପଙ୍କ ଗ୍ରାମର ଶିକ୍ଷକ ରୋହିତ ପ୍ରଧାନ ଙ୍କ ବଡ଼ପୁଅ ଅଟନ୍ତି।
ନିଟ କୃତକାର୍ଯ୍ୟ ହେଲେ ବୀରମହାରାଜପୁର ଉପଖଣ୍ଡ ର ସୌମପ୍ରିୟା , ପାର୍ଥ ସାରଥି , ସିଦ୍ଧାର୍ଥ
