Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଞ୍ଜିଗୋଳା ଫିଙ୍ଗି ପ୍ରକୃତି ପ୍ରେମୀ ମହିଳା ସଂଗୀତା ପାତ୍ର ଜଙ୍ଗଲ ବୃଦ୍ଧି ପାଇଁ ପ୍ରୟାସ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରକୃତିପ୍ରେମୀ ମହିଳା ସଂଗୀତା ପାତ୍ର ପରିବେଶ ଓ ବନ୍ୟପ୍ରାଣୀ ସୁରକ୍ଷା ସହିତ ଜୈବ ବିବିଧତାର ଭାରସାମ୍ୟ ଉପରେ ଭିନ୍ନ ପ୍ରୟାସ କରିଆସୁଛନ୍ତି l ସଂଗୀତା ନିୟମିତ ପ୍ରତି ବର୍ଷ ମୌସୁମୀ ଆଗରୁ ନିଜସ୍ୱ ଉଦ୍ୟମରେ ଜଙ୍ଗଲ ବୃଦ୍ଧି ପାଇଁ ବିଭିନ୍ନ ଉପାୟରେ ଚାରାରୋପଣ , ମଞ୍ଜି ଗୋଳା ଫିଙ୍ଗିବା , ଖରା ଦିନରେ ସଂଗ୍ରହ ହୋଇଥିବା ମଞ୍ଜି ଗୁଡିକୁ ଖୋଲା ପଡିଆରେ, ଜଙ୍ଗଲ ମଧ୍ୟରେ, ପାହାଡ ପାଦ ଦେଶରେ ଫିଙ୍ଗିବା କାର୍ଯ୍ୟ କରି ଦିନକୁ ଦିନ ଜଙ୍ଗଲ ବୃଦ୍ଧିରେ ସହାୟକ ହୋଇଥାନ୍ତି l ଚଳିତ ବର୍ଷ ପ୍ରକୃତିପ୍ରେମୀ ମହିଳା ସଂଗୀତା ସଂଗ୍ରହ କରିଥିବା ମଞ୍ଜି ତଥା ଜାମ୍ବୁ , ଆମ୍ବ , ନିମ୍ୱ , ଧଉରା, କୁସୁମ , ଚାର ଭଳି ବିଭିନ୍ନ ଗଛର ମଞ୍ଜି ଗୁଡିକୁ ମାଟି ଗୋଳା ଭିତରେ ଭରି ଖରାରେ ଶୁଖାଇକି ରଖିଥାନ୍ତି ପୂର୍ବରୁ ମଞ୍ଜି ଗୋଳା ସବୁକୁ ଜଙ୍ଗଲ ମଧ୍ୟରେ, ପାହାଡ଼ ପାଦଦେଶରେ ଏବଂ ରାସ୍ତା ପାର୍ଶ୍ୱ ଖୋଲା ପଡିଆରେ, ଉଜୁଡା ଜଙ୍ଗଲ ମଧ୍ୟରେ ୧୫୦୦ ମଞ୍ଜିଗୋଳା ଫିଙ୍ଗିଛନ୍ତି l ଯାହାଫଳରେ ତାହା ବର୍ଷା ହେବା ପରେ ଆପେ ଆପେ ଅଂକୁରଗଦୋମ ହୋଇ ଗଛ ଉଠିବ l ସୁସ୍ଥ ପରିବେଶ ସହ ସୁସ୍ଥ ଜୀବନ, “ଏକ ପେଡ ମା କେ ନାମ ପେ “ମନ୍ତ୍ରରେ ବ୍ରତୀ ପ୍ରକୃତିପ୍ରେମୀ ମହିଳା ସଂଗୀତା ସବୁଜ ବନାନୀର ବୃଦ୍ଧି ଏବଂ ଯତ୍ନ ପ୍ରତି ପ୍ରୟାସ ସବୁବେଳେ ଜାରି ରହିଛି l ଆଗାମୀ ଦିନରେ ପ୍ରକୃତିର ଯତ୍ନ, ବନ୍ୟପ୍ରାଣୀଙ୍କ ସୁରକ୍ଷା , ବୃକ୍ଷ ରୋପଣ କାର୍ଯ୍ୟ ସହ ପଲିଥିନ ମୁକ୍ତ ପୃଥିବୀ ଗଠନ ଦିଗରେ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି l ସଂଗୀତାଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣରେ ପ୍ରଶଂସନୀୟ ମନେ କରାଯାଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ