Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାକୃତିକ ଚାଷ କୁ ନେଇ ଜନକପୁର୍ ରେ ତାଲିମ ଶିବିର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ଜନକପୁର ଠାରେ କୃଷି ଓ ଉଦ୍ୟାନ କୃଷି ବିଭାଗ ତରଫରୁ ପ୍ରକୃତିକ୍ ଚାଷ କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ବୀରମହାରାଜପୁର ଉଦ୍ୟାନ କୃଷି ନିର୍ଦ୍ଦେଶକ ଓ ବୀରମହାରାଜପୁର କୃଷି ଅଧିକାରୀ କାର୍ଯ୍ୟାଳୟ ଆନୁକୁଲ୍ୟ ରେ ଅନୁଷ୍ଟିତ ଜାତୀୟ ପ୍ରାକୃତିକ କୃଷି ମିଶନ ଅଧୀନ ରେ ୪୦ ଜଣ କୃଷିସଖି ମାନଙ୍କୁ ତାଲିମ ଶିବିର ରେ ତାଲିମ ପ୍ରଦାନ କରାଯାଇଥିଲା l ତାଲିମ ଶିବିର ରେ ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା ଯୋଗଦେଇ ପ୍ରାକୃତିକ କୃଷିର ବହୁ ମୁଖି ଉପକାରିତା ଏବଂ କୃଷକ ମାନଂକ ରିତିଗତ ଅଭ୍ୟାସ ରୁ ପ୍ରକୃତିକୁ କୃଷି କୁ କିପରି ପରିବର୍ତ୍ତନ କରିବା ତା ଉପରେ ଗୁରୁତ୍ୱାରୋପ କରିଥିଲେ l ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ବିଦ୍ୟାଧର ଦାସ , ସହକାରୀ କୃଷି ଅଧିକାରୀ ଯୋଷବନ୍ତ୍ ପଧାନ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଦର୍ଶନୀ ଝଙ୍କାର , ଗୋଷ୍ଟି ବୈଷୟିକ ପରିଚାଳକ ଜିତେନ୍ଦ୍ର ମେହେର ଏବଂ ଓମ୍ କୌଶଲ୍ୟା କୃପାସିନ୍ଧୁ ଜୈବିକ ଫାର୍ମ ପରିଚାଳକ କାଳନ୍ଦୀ ଚରଣ କର୍ଣ୍ଣ ଯୋଗଦେଇ ପ୍ରକୃତିକ ଉପାୟ ରେ ଚାଷ କଲେ ସମାଜ ଓ ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପଡ଼ିବ ସେନେଇ ଉପସ୍ଥିତ କୃଷିସଖି ମାନଙ୍କୁ ତାଲିମ ପ୍ରଦାନ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ