ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକସଦର ମହକୁମା ସ୍ଥିତ ମିଶନ ଶକ୍ତି ଭବନ ଠାରେ ଆଦ୍ବିକା କିଶୋରୀ ସୁଭଦ୍ରା ଦିବସ ତଥା ରଜ ରଙ୍ଗ ଦିବସ ପାଳିତ ହୋଇଯାଇଛି l ଭାରପ୍ରାପ୍ତ ସି ଡି ପି ଓ ମିନତୀ ମିଶ୍ର ସ୍ୱାଗତ କରିବା ସହିତ ଅଧ୍ୟକ୍ଷତା କରି ଥିଲେ l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସୁଦେସ୍ନା ମେହେର ଯୋଗଦେଇ କିଶୋରୀ ବାଳିକା ମାନଙ୍କୁ ରଜପର୍ବ ର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ପୋଷଣ ଜିଲ୍ଲା ସଂଯୋଜକ ସଞ୍ଜିବ ମିଶ୍ର ପ୍ରେରଣା ପ୍ରଦାନ କରିଥିଲେ । ଅଙ୍ଗନବାଡି କର୍ମୀ ଓ କିଶୋରୀ ବାଳିକା ମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ କରାଯାଇଥିଲା । କିଶୋରୀ ବାଳିକା ମାନଙ୍କ ଦ୍ୱାରା ପୁଚି ଖେଳ, ନାଚ ,ଗୀତ, ରାମ୍ପ୍ ସୋ ଓ ଅଳତା ଲଗା ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା !ଏହି ଉତ୍ସବ ରେ କିଶୋରୀ ବାଳିକା ମାନଙ୍କୁ ଆଦ୍ରିକା ଦିବସ ର ମହତ୍ତ୍ୱ ,ବାଲ୍ୟ ବିବାହ, ପାଠ ପଢିବା , ସୁପୋଷିତ ଭାରତ , ସୁଭଦ୍ରା ଯୋଜନା ବିଷୟରେ ଆଲୋକପାତ କରାଯାଇଥିଲା I କିଶୋରୀ ବାଳିକା ରଜ ଦୋଳି ର ମଜା ନେଇ ଥିଲେ I ଶେଷରେ ମମତା ମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I ଏଥିରେ ଶିଶୁ ବିକାଶ କାର୍ଯ୍ୟାଳୟର ସମସ୍ତ ମଣ୍ଡଳ ପରି ଦର୍ଶିକା , ମମତା ପି.ଏ , ପୋଷଣ ବି ସି ଓ ସୁଭଦ୍ରା ସହାୟକ ମାନେ ସହଯୋଗ କରିଥିଲେ ।
ଶିଶୁ ବିକାଶ ପ୍ରକଳ୍ପ ବୀରମହାରାଜପୁର ପକ୍ଷରୁ ଅଦ୍ୱିକl କିଶୋରୀ ସୁଭଦ୍ରା ଦିବସ ପାଳିତ
