ହିଲୁଙ୍ଗ ପଞ୍ଚାୟତ ରେ ବିକାଶ ବାହାନ ରଥ କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗ୍ରାମପଂଚାୟତ ପକ୍ଷରୁ ବିକାଶ ବାହନ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହିତ ରାଜ୍ୟ ସରକାରଙ୍କ ଏକପର୍ଷ ପୁର୍ତି ଅବସରରେ ବିକାଶ ଏକ ଲକ୍ଷ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହିଲୁଙ୍ଗ ଟାଉନ ହଲ ଠାରେ ଆୟୋଜିତ ସଭାରେ ହିଲୁଙ୍ଗ ସରପଂଚ ବନିତାସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ । ରାଜ୍ୟ ସରକାରଙ୍କ ବିକାଶ ଯୋଜନାରେ ସାମିଲ ହୋଇ ସାଧାରଣ ଲୋକ ଏହାର ଲାଭ ଉଠାଇବା ସହିତ ବିଭିନ୍ନ ଯୋଜନାରେ କିଭଳି ଯୋଡିହୋଇ ପାରିବେ ସେ ନେଇ ଲୋକଙ୍କୁ ଅବଗତ କରିଥିଲେ । ଏଇ ଅବସରରେ ରାଜ୍ୟ ସରକାରଙ୍କର ବିକାଶ ବାହନ ରଥରେ ଏକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା ।