ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବାଳକ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅବକାରୀ ବିଭାଗ ପକ୍ଷରୁ ନିଶା ନିବାରଣ ପାଇଁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ‘ ଆମ ସଂକଳ୍ପ ନିଶା ନୁହେଁ ଜୀବନ ‘ ବିଷୟ ବସ୍ତୁ ଉପରେ ଆଧାରିତ ଓଡ଼ିଆ ବିତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ ଓଡ଼ିଆ ବିତର୍କରେ ବୀରମହାରାଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶ୍ରୀରାଧା ରାଣୀ ଜଗଦଳା ପ୍ରଥମ , ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ବିଶ୍ବରଂଜନ ରଣା ଦ୍ଵିତୀୟ ଓ କେନଝିରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ର ଛାତ୍ରୀ ଆଲିଶା ଖଣ୍ଡଗିରି ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନିତ ହୋଇଛନ୍ତି । ସେହିପରି ଓଡ଼ିଆ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ କେନଝରିଆପାଲି ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ର ଛାତ୍ରୀ ଶ୍ରଦ୍ଧାଞ୍ଜଳି ଦାସ ପ୍ରଥମ , ଚମ୍ପାମାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସ୍ନେହମୟୀ ପୁରୋହିତ ଦ୍ଵିତୀୟ ଓ ଉଫୁଲା ମାହେଶ୍ୱରୀ ବିଦ୍ୟାପୀଠ ର ସିୟୁଟି ସାହୁ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମୋନୋନିତ ହୋଇଛନ୍ତି । ଏହି ପ୍ରତିଯୋଗିତା ବିକାଶ ମେଳା ଓ ଖାଦ୍ୟ ପ୍ରଦର୍ଶନୀ ଅବସରରେ ଅନୁଷ୍ଠିତ ହୋଇଥିଲା । ପ୍ରତି ଯୋଗିତରେ ବିଚାରକ ଭାବରେ ଗୌରୀଶଙ୍କର ପୂଜାହାରି , ଏସ ଏସ ପ୍ରିୟଦର୍ଶିନୀ , ସୁଶିଲ ପୁରୋହିତ , ବିନୟ ବିଶ୍ଵାଳ ଥିବା ବେଳେ ସି ଆର ସି ସି ଦିଗମ୍ବର ଶତପଥୀ ଓ ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ପରିଚାଳନା କରିଥିଲେ l
ବୀରମହାରାଜପୁର ବାଳକ ହାଇସ୍କୁଲ ରେ ନିଶା ନିବାରଣ ପାଇଁ ବିତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ
