Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ସର୍ଦ୍ଦାରଜୀ ୩’କୁ ବ୍ୟାନ ପାଇଁ ଦାବି; ୟୁଟ୍ୟୁବରୁ ହଟିଲା

ନୂଆଦିଲ୍ଲୀ: ଦିଲଜିତ ଦୋସାଞ୍ଜଙ୍କ ଆଗାମୀ ଫିଲ୍ମ ‘ସର୍ଦ୍ଦାରଜୀ 3’ ଚର୍ଚ୍ଚାରେ ଥିବା ବେଳେ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଶେଷକରି, ଫିଲ୍ମରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଉପସ୍ଥିତିକୁ ନେଇ ବହୁତ ବିରୋଧ ହେଉଛି।

ଦିଲଜିତ ଦୋସାଞ୍ଜ ଇନଷ୍ଟାଗ୍ରାମରେ ‘ସର୍ଦ୍ଦାରଜୀ 3’ର ଟ୍ରେଲର ସେୟାର କରିବା ସମୟରେ, ଏହା ସହିତ ଏକ ୟୁଟ୍ୟୁବ୍ ଲିଙ୍କ୍ ମଧ୍ୟ ଦେଇଥିଲେ। କିନ୍ତୁ ଭାରତୀୟ ଲୋକଙ୍କ ପାଇଁ ଏହି ଟ୍ରେଲର ଦେଖିବା ସମ୍ଭବ ନଥିଲା। ୟୁଟ୍ୟୁବ୍ ରେ କ୍ଲିକ୍ କଲେ “ଏହି ଭିଡିଓ ଆପଣଙ୍କ ଦେଶରେ ଉପଲବ୍ଧ ନାହିଁ” ବାର୍ତ୍ତା ଦେଖାଯାଇଥିଲା, ଯାହା ସ୍ପଷ୍ଟ କରିଥିଲା ଯେ ଟ୍ରେଲରଟି ଭାରତରେ ବ୍ଲକ୍ କରାଯାଇଛି।

FWICE (ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍) ସଭାପତି ବିଏନ ତିୱାରୀ ଦିଲଜିତଙ୍କ ଉପରେ ଏକ କଡ଼ା ବୟାନ ଦେଇଛନ୍ତି। ସେ କହିଛନ୍ତି- ‘ଦିଲଜିତ ଜଣେ ପାକିସ୍ତାନୀ ଅଭିନେତ୍ରୀଙ୍କ ସହ କାମ କରି ଭାରତୀୟ ଭାବନାକୁ ଆଘାତ ଦେଇଛନ୍ତି। ସେ ଦେଶର ସହିଦଙ୍କୁ ଅପମାନ କରିଛନ୍ତି ଏବଂ ଏହା ଦର୍ଶାଉଛି ଯେ ସେ ତାଙ୍କ ଦେଶ ଅପେକ୍ଷା ପାକିସ୍ତାନୀ ପ୍ରତିଭାକୁ ଅଧିକ ଭଲ ପାଆନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ