Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ବ୍ଲକ ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର କୁ ଧାନ ବସ୍ତା ଧରି ଧରେଇ ପଶିଲେ ଶତାଧିକ ଚାଷୀ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀ ଙ୍କ ନେତୃତ୍ୱ ରେ ସଂଗଠନ ପକ୍ଷରୁ ଶତାଧିକ ଚାଷୀ ରବି ଧାନ ନ ଉଠିବା ଓ ମଣ୍ଡି ରେ ଧାନ ପଡ଼ି ବର୍ଷା ଜନିତ କ୍ଷୟକ୍ଷତି ରେ ଧାନ ଗଜା ହୋଇଯିବା ପ୍ରତିବାଦ ରେ ସୋମବାର ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ରେ ପ୍ରତିବାଦ କରିଛନ୍ତି । ସାରା ଜିଲ୍ଲା ରେ ସ୍ଥିତି ସମାନ। ଉଲୁଣ୍ଡା ରେ ପରିସ୍ଥିତି ଅସମ୍ଭାଳ । ସେପରି ଉଲୁଣ୍ଡା ବ୍ଲକ୍ କୋଟସମଲେଇ ମଣ୍ଡି ରେ ୧୦୦୦୦ ପକେଟ୍ ଧାନ ପଡ଼ି ବର୍ଷା ରେ ଭିଜି ଗଜା ହେଇଗଲାଣି । ଆହୁରି ଚାଷୀ ମାନେ ବର୍ଷା ଭୟ ରେ ଧାନ ସବୁ ନିଜ ଘରେ ଓ ଖଳା ରେ ପକାଇଛନ୍ତି। ବାରମ୍ବାର ପ୍ରଶାସନ କୁ କହିଲେ ମଧ୍ୟ ମଣ୍ଡି ରେ ଗାଡି ଦେଖା ନାହିଁ। ଚାଷୀ ମାନେ ଅଭିଯୋଗ କରିଛନ୍ତି ମଣ୍ଡି ରେ ପଡ଼ି ଧାନ ଯଦି କ୍ଷତି ହେବ ତାର ଭରଣା କିଏ ଦେବ ? ୫୦ ଜଣ ମିଲର୍ଶ ଙ୍କ ସ୍ୱାର୍ଥ ଦେଖି ପ୍ରଶାସନ ହଜାର ହଜାର ଚାଷୀ ଙ୍କ ଭାଗ୍ୟ କୁ ବଳି ପକାଉଛି। ୩୧୦୦ ଧାନ କ୍ଵିଣ୍ଟାଲ ଦେଲେ କଣ ୧୦ କେଜି କଟନି ଓ ଧାନ ଗଜା ହେବା ସ୍ଵୀକାର କରିବାକୁ ପଡ଼ିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ନେତା ମନ୍ତ୍ରୀ ପ୍ରଶାସନ ସମସ୍ତେ ମିଶି ଚାଷୀ ଦୁଃଖ ରେ ଖୁସି ମନାଉଛନ୍ତି। କେବେ ସୁଦ୍ଧା ଧାନ ଉଠିବ ଲିଖିତ ହିସାବ ରେ ନ ଜଣାଇଲେ ଚାଷୀ ମାନେ ସବୁ ଧାନ ସି ଏସ ଓ ଅଫିସ ଓ କଲେକ୍ଟର ଅଫିସ ରେ ଗଦାଇବା ସହ ରାଜ ରାସ୍ତା ରେ ପକାଇ ବିକ୍ଷୋଭ କରିବା ହିଁ ଶେଷ ରାସ୍ତା ବୋଲି ଚେତାବନୀ ଦେଇଛନ୍ତି। ଧାନ ମଣ୍ଡି ଭିତ୍ତିଭୂମି ନ ଥିବାରୁ ଲୋକ ସବୁ ରାସ୍ତା ରେ ଧାନ ଜମା କରିଛନ୍ତି । ଆଗକୁ ପାତାଳୀ ଶ୍ରୀକ୍ଷେତ୍ର ରଥଯାତ୍ରା ଆସୁଥିବାରୁ ଏହି ଧାନ ଶୀଘ୍ର ନ ଉଠିଲେ ଗମ୍ଭୀର ଟ୍ରାଫିକ ଓ ପାର୍କିଂ ଅସୁବିଧା ଦେଖାଯିବ । ଏହା ସତ୍ତ୍ୱେ କେହି ସମ୍ବେଦନଶୀଳ ନ ହେବା ପ୍ରଶାସନ ମିଲର୍ସ ଓ ବେପାରୀ ମାନଙ୍କ ମଧୁଚନ୍ଦ୍ରିକା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ପାଢ଼ୀ ରଥଯାତ୍ରା ପୂର୍ବରୁ ଧାନ ଉଠେଇ ନେବା ପାଇଁ ଦାବୀ ରଖିଥିଲେ।ଆରକ୍ଷୀ ଅଧିକ୍ଷକ ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ସାଏ ୨୬ ତାରିଖ ମଧ୍ୟରେ ଧାନ ଉଠେଇ ନେବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଲା ପରେ ଚାଷୀ ମାନେ ବୁଝିଥିଲେ। ଏଥିରେ ଖିଲାପି ହେଲେ ରାଜରାସ୍ତାକୁ ଓଲ୍ହେଇବେ ବୋଲି ସଂଗଠନ ର ଚାଷୀ ମାନେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ