Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁବଶୀଘ୍ର ଆସୁଛି ‘ଦି ଫ୍ୟାମିଲି ମ୍ୟାନ୍’ର ନୂଆ ସିଜିନ୍

ମୁମ୍ବାଇ: ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ହିଟ୍ ଧାରାବାହିକ ‘ଦି ଫ୍ୟାମିଲି ମ୍ୟାନ୍’ର ନୂତନ ସିଜିନ୍ ଘୋଷଣା କରାଯାଇଛି। ଏହି ଶୋ’ ସହିତ ଆପଣ ପୁଣି ଥରେ ସ୍ପାଏ ଏଜେଣ୍ଟ ଶ୍ରୀକାନ୍ତଙ୍କ କାହାଣୀ ଦେଖିପାରିବେ। ପ୍ରାଇମ୍ ଭିଡିଓ ଇଣ୍ଡିଆ ଏବଂ ମନୋଜ ବାଜପେୟୀ ଇନଷ୍ଟାଗ୍ରାମରେ ‘ଦି ଫ୍ୟାମିଲି ମ୍ୟାନ୍’ର ଏକ ନୂଆ ପୋଷ୍ଟ ସେୟାର କରିଛନ୍ତି।

ଏଥିରେ ମନୋଜ ଯିଏକି ଶ୍ରୀକାନ୍ତ ଚରିତ୍ରରେ ଅଭିନୟ କରୁଛନ୍ତି ସେ ଚିନ୍ତିତ ଅବସ୍ଥାରେ ଠିଆ ହୋଇଥିବାର ଦେଖିବାକୁ ମିଳୁଛି। ତାଙ୍କ ଚାରିପାଖରେ ବନ୍ଧୁକଧାରୀମାନେ ଟାର୍ଗେଟ କରି ଠିଆ ହୋଇଛନ୍ତି। ପୋଷ୍ଟରରେ ଲେଖାଯାଇଛି – ଦି ଫ୍ୟାମିଲି ମ୍ୟାନ୍ ଫେରୁଛି। ସେହିପରି ପୋଷ୍ଟର କ୍ୟାପସନରେ ଲେଖାଯାଇଛି – ସମସ୍ତଙ୍କ ନଜର ଆମ ଫ୍ୟାମିଲି ମ୍ୟାନ୍ ଉପରେ। ଦି ଫ୍ୟାମିଲି ମ୍ୟାନ୍ ର ନୂତନ ସିଜିନ୍ ଖୁବ୍ ଶୀଘ୍ର ଆସୁଛି। ନିର୍ଦ୍ଦେଶକ ଯୋଡ଼ି ରାଜ୍ ଏବଂ ଡିକେ ଏହି ଧାରାବାହିକର ନୂତନ ସିଜିନ୍ ସହିତ ପୁଣି ଥରେ ସେମାନଙ୍କର ନିର୍ଦ୍ଦେଶନା ଦକ୍ଷତା ଦେଖାଇବେ। ଯଦି ଆମେ ପୋଷ୍ଟରେ ଟ୍ୟାଗ୍ ହୋଇଥିବା ଅଭିନେତାଙ୍କ ତାଲିକା ଦେଖିବା, ତେବେ ‘ଦି ଫ୍ୟାମିଲି ମ୍ୟାନ୍’ର ନୂଆ ସିଜିନ୍ ରେ କିଛି ନୂତନ ଚରିତ୍ର ପ୍ରବେଶ କରିବାକୁ ଯାଉଛନ୍ତି।

ଏହି ନୂଆ ମୁହଁ ହେଲେ ଅଭିନେତା ଯୁଗଳ ହଂସରାଜ, ସୀମା ବିଶ୍ୱାସ, ହରମନ ସିଂହ ଏବଂ ତାମିଲ ଅଭିନେତା ସନ୍ଦୀପ କିଶନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ