ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଞ୍ଚଳରେ ବୁଧବାର ସକାଳୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ହଠାତ ପ୍ରାୟ ୧୦ ଘଣ୍ଟା ସମୟରେ ବିକଳପାଳି ଗାଁରେ ବଜ୍ରପାତ ହୋଇଥିଲା । ଗାଁର ପବିତ୍ର ଦେହେରୀ ନିଜ ପରିବାର ସହ ଘରେ ଥିବାବେଳେ ତାଙ୍କ ଘରେ ଏହି ବଜ୍ରପାତ ହୋଇଥିଲା । ଫଳରେ ପବିତ୍ରଙ୍କ ଘରର ଆଜବେଷ୍ଟସ ଭାଙ୍ଗିଯିବା ସହ ଘରେ ଥିବା ଅନେକ ସାମଗ୍ରୀ ପୋଡିଯାଇଥିଲା । ସେହିଭଳି ଘରେ ବସିଥିବା ପବିତ୍ରଙ୍କ ୨ ଶିଶୁ ପୁତ୍ରଙ୍କ ସମେତ ପତ୍ନୀ ସୁଜାତା ଏବଂ ୬୦ ବର୍ଷୀୟ ବୁଢି ମାଁ ଲକ୍ଷ୍ମୀ ଆହତ ହୋଇଥିଲେ । ଆହତଙ୍କୁ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସମସ୍ତେ ବିପଦମୁକ୍ତ ଥିବା ଜଣାଯାଇଛି ।
ବିକଳ ପାଲି ରେ ବଜ୍ରପାତ ଘଟି ପାଞ୍ଚ ଆହାତ
