Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର, (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ଭାଗବତ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଂସ୍କୃତି ବିଭାଗ  ଏବଂ ଅବକାରୀ ବିଭାଗ ମିଳିତ ଆନୁକୁଲ୍ୟରେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବର୍ଷିୟାନ ଦଣ୍ଡ କଳାକାର ଲୋକନାଥ ଗୁରୁ ଓ ସାଥୀ ଗଙ୍ଗାଧର ଗର୍ଡିଆ , ଲକ୍ଷ୍ମଣ ମାଲି , ମୋହନ କର୍ମୀ , ଭୀମ ପ୍ରଧାନ, ଅଶୋକ ସାହୁ ପ୍ରମୁଖ ବୀଣାକାର ନୃତ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ବୀଣାକାର ଗୀତକୁ ରଚନା କରିଥିବା କବି ନାରାୟଣ ଦେହୁରୀଙ୍କୁ ଅଙ୍ଗ ବସ୍ତ୍ର ଓ ପୁଷ୍ପ ମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅବକାରୀ ସବଇନ୍ସପେକ୍ଟର ଭରତ ମିଶ୍ର ନିଶା ନିବାରଣ ସମ୍ପର୍କରେ ଲୋକଙ୍କୁ ବୁଝେଇ ଥିଲେ । 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ