ପାତାଳୀ ଶ୍ରୀକ୍ଷେତ୍ର ରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ଭୋର ସକାଳୁ ୫ଟାରେ ମଙ୍ଗଳଆଳତି , ସକାଳ ୭ଟାରେ ଖେଚୁଡି ଭୋଗ , ୮ଟାରେ ମଙ୍ଗଳାରୋପଣ , ଦ୍ଵାରପାଳ ପୂଜା , ଦ୍ଵାରଫିଟା , ଖେଚୁଡି ଭୋଗ , ମହାପ୍ରଭୁଙ୍କ ବେଶ , ରଥ ପ୍ରତିଷ୍ଠା ଆଦି ରୀତିନୀତି ଅନୁସାରେ କରାଯାଇଥିଲା । ସକାଳ ୧୦ଟାରେ ଛଳିଆ ପାହାଡ ଶିଖରରୁ ମହାପ୍ରଭୁଙ୍କୁ ଧାଡି ପହଣ୍ଡି ରେ ଅଣାଯାଇ ରଥାରୂଢ କରାଯାଇଥିଲା । ଅପରାହ୍ନ ୧ଟାରେ ମହାପ୍ରଭୁଙ୍କୁ ଗାଁର ଗଡତ୍ୟା ଚମରା ଅମାତ୍ ଛେରାପହଁରା ନୀତି ସମ୍ପାଦନ କରିଥିଲେ । ତା ପରେ ୨ଟାରେ ମହାପ୍ରଭୁଙ୍କ ରଥଟଣା ହୋଇଥିଲା । ପ୍ରଥମ ରେ ବଳରାମଙ୍କ ଦେବଦଳନ ରଥ ତା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ କାଳିଆ ଙ୍କ ନନ୍ଦିଘୋଷ ରଥ ଟଣା ଯାଇଥିଲା ।ତାପରେ ୩ଟାରେ ଛୋଟ ଛୋଟ ଛୁଆଙ୍କ ରଥଛୁଆ କରାଯାଇଥିଲା । ଏହି ଅବସରରେ ଲକ୍ଷଲକ୍ଷ ଭକ୍ତ ତଥା ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ପ୍ରଭୁକୃପା ପାଇଁ ବହୁ ଦୂର ଦୁରାନ୍ତରୁ ଧାଇଁ ଆସିଥିଲେ ।