ପାତାଳୀ ଶ୍ରୀକ୍ଷେତ୍ର ରେ ଶ୍ରୀ ଜୀଉ ଙ୍କ ଆଡପ ମଣ୍ଡପକୁ ବିଜେ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ମହାସମାରୋହରେ ଚାଲିଛି ଶ୍ରୀଜୀଉଙ୍କ ପବିତ୍ର ଘୋଷଯାତ୍ରା ।ଗତକାଲି ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଶ୍ରୀଜୀଉଙ୍କ ଆଡପ ମଣ୍ଡପକୁ ବିଜେ କରିଛନ୍ତି । ଶନିବାର ରଥରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ , ପୂଜାର୍ଚ୍ଚନା ଆଦି ରୀତିନୀତି କରାଯାଇଥିଲା । ଆଜି ଦିନ ୩ଟାରେ ରଥରୁ ଓହ୍ଲାଇ ଶ୍ରୀଜୀଉଙ୍କୁ ଆଡପ ପହଣ୍ଡିରେ ଆଇ ଆଡପ ମଣ୍ଡପରେ ବିଜେ କରାଯାଇଥିଲା । ସେବାୟତମାନଙ୍କ ଦ୍ଵାରା ଗୀତ ବୋଳି ବୋଳି ଶ୍ରୀଜୀଉଙ୍କୁ ଅଣାଯାଇଥିଲା । ତା ପରେ ଚତୁର୍ଦ୍ଧାମୂର୍ତି ଆଡପ ମଣ୍ଡପରେ ରହିଥିଲେ । ଏହି ଅବସରରେ ମହାପ୍ରଭୁଙ୍କ ପ୍ରଭୁକୃପା ପାଇଁ ହଜାର ହଜାର ଭକ୍ତ ଦୂରଦୂରାନ୍ତରୁ ଧାଇଁ ଆସିଥିଲେ ।