ବିଷାକ୍ତ ସାପ କାମୁଡ଼ାରେ ଛାତ୍ର ମୃତ


ବେଲଗୁଣ୍ଠା: ଆଜି ବିଷାକ୍ତ ସାପ କାମୁଡ଼ି ଦେବା ଫଳରେ ଜଣେ ମୃତ୍ୟୁ ଘଟିଛି I ମୃତ୍ୟୁ ବରଣ କରିଥିବା ଛାତ୍ର ଜଣଙ୍କ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଲୁଣିପଡ଼ା ଗ୍ରାମର କାହ୍ନୁ ଚରଣ ବିଷୋୟୀଙ୍କ ଶକ୍ତି ବିଷୋୟୀ (16) I ଶକ୍ତି ଚଳିତ ବର୍ଷ ଦଶମଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଇଥିଲେ I କାହ୍ନୁ ଜଣେ ଅତ୍ୟନ୍ତ ଗରୀବ ଶ୍ରେଣୀର ଲୋକ ହୋଇଥିବା ବେଳେ ତାଙ୍କର ଘରଦ୍ୱାର ନଥିବା ଯୋଗୁଁ ସେ କ୍ଷତ୍ରିୟବରପୁରରେ ଏକ କ୍ଯାବିନ ଭିତରେ ନିଜ ପରିବାର ସହିତ ରହୁଥିଲେ I ସେଠାରେ ସେ ଚାହା, ପାନ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିବା ସହିତ ପୁଅ ଶକ୍ତିକୁ ପାଠ ପଢ଼ାଉଥିଲେ I ଆଜି ମଧ୍ୟାହ୍ନରେ ପ୍ରବଳ ଗୁଳୁଗୁଳି ଯୋଗୁଁ ଶକ୍ତି କ୍ଯାବିନ ଭିତରେ ଶୋଇଥିବା ବେଳେ ତାଙ୍କୁ ବିଷାକ୍ତ ସର୍ପ ଦଂଶନ କରିଦେଇଥିଲା I ପରିବାର ଲୋକେ ଶକ୍ତିକୁ ଅପରାହ୍ଣ 1:45 ମିନିଟ୍ ସମୟରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେରେ ଭର୍ତ୍ତି କରିଥିଲେ I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ଣ ଦୁଇ ଘଣ୍ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଶକ୍ତିଙ୍କର ମୃତ୍ୟୁ ଘଟିଥିଲା I ଶକ୍ତି ଜଣେ ମେଧାବୀ ଛାତ୍ର ହୋଇଥିବାରୁ ବାପା ମାଆ ନିଜ ପୁଅକୁ ନେଇ ଅନେକ ସ୍ଵପ୍ନ ଦେଖିଥିଲେ I କିନ୍ତୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପୂର୍ବରୁ ଶକ୍ତିଙ୍କର ଅକାଳ ମୃତ୍ୟୁ ବାପା ମାଆଙ୍କ ସ୍ଵପ୍ନ ଭାଙ୍ଗି ଦେଇଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି I ଶକ୍ତିଙ୍କର ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି I