Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ବନ୍ଦ ହେଲା ଚାରଧାମ ଯାତ୍ରା

ଉତ୍ତରକାଶୀ: ଉତ୍ତରାଖଣ୍ଡରେ ପାଣିପାଗ ବିଭାଗ ରାଜ୍ୟ ପାଇଁ ଜୁଲାଇ ୧ ପର୍ଯ୍ୟନ୍ତ ରେଡ୍ ଆଲର୍ଟ ଜାରି କରିଛି। ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ସମସ୍ତ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ପ୍ରବଳ ବର୍ଷା ମଧ୍ୟରେ ଚାରିଧାମ ଯାତ୍ରାକୁ ଆଗାମୀ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି।

ଚାରିଧାମ ଯାତ୍ରା ବନ୍ଦ କରିବାର କାରଣ ହେଉଛି ପ୍ରବଳ ବର୍ଷା ଏବଂ ଭୂସ୍ଖଳନ। ଚାରିଧାମ ଯାତ୍ରା ବନ୍ଦ ହେବା ଯୋଗୁଁ ଅନେକ ଯାତ୍ରୀ ମଝିରେ ଫସି ରହିଛନ୍ତି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡର ପାହାଡ଼ି ଏବଂ କିଛି ସମତଳ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ତେଣୁ ଚାରିଧାମ ଯାତ୍ରାକୁ ଆସନ୍ତା ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଛି। ହରିଦ୍ୱାର, ଋଷିକେଶ, ଶ୍ରୀନଗର, ରୁଦ୍ରପ୍ରୟାଗ, ସୋନପ୍ରୟାଗ ଏବଂ ବିକାଶନଗରରେ ତୀର୍ଥଯାତ୍ରୀମାନଙ୍କୁ ଅଟକାଇବା ପାଇଁ ପୋଲିସ ଏବଂ ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ବାରକୋଟ ତହସିଲର ସିଲାଇ ବନ୍ଦ ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଛି। ଏଥି ଯୋଗୁଁ ବହୁ କ୍ଷୟକ୍ଷତି ହୋଇଥିବା ବେଳେ ୮ରୁ ୯ ଜଣ ଶ୍ରମିକ ନିଖୋଜ ଥିବା ଜଣାପଡ଼ିଛି। ଘଟଣା ପରେ SDRF, ପୋଲିସ ଏବଂ ରାଜସ୍ୱ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିପରି ଯମୁନୋତ୍ରୀ ମାର୍ଗ ମଧ୍ୟ ପ୍ରଭାବିତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ