Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୂମିକମ୍ପରେ ଥରିଲା ପାକିସ୍ତାନ

କରାଚୀ: ପାକିସ୍ତାନରେ ଭୂମିକମ୍ପ। ରବିବାର ଭୋର୍ ୩.୫୪ ସମୟରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା।ନ୍ୟାସନାଲ ସେଣ୍ଟର ଅଫ୍ ସିସମୋଲୋଜିର ରିପୋର୍ଟ ଅନୁଯାୟୀ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ଥିବା ଜଣାପଡ଼ିଛି। ଭୂମିକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇ ନିଜ ନିଜ ଘରୁ ବାହାରକୁ ଚାଲି ଆସିଥିଲେ।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ରବିବାର ସକାଳେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନର ଉତ୍ତର-ପଶ୍ଚିମ ଭାଗରେ ୧୫୦ କିଲୋମିଟର ଗଭୀରତାରେ ଥିଲା। ଏଥି ସହିତ ଏହାର ଅବସ୍ଥିତି ୩୦.୨୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୬୯.୮୨ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଛି। ଏହି ଭୂମିକମ୍ପ କୌଣସି ଜନଜୀବନ କ୍ଷତି ହୋଇ ନଥିବା ରିପୋର୍ଟରୁ ଜଣାପଡ଼ିଛି। ତେବେ  ପାକିସ୍ତାନରେ ପ୍ରାୟ ସମୟରେ ଭୂମିକମ୍ପ ଆସିଥାଏ।

ଗତ ମେ  ୧୦ ତାରିଖରେ ଯେତେବେଳେ ଭାରତ ସହିତ ବିବାଦ ଚାଲିଥିଲା ସେତେବେଳେ ମଧ୍ୟ ପାକିସ୍ତାନରେ ୪.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ସେହି ସମୟରେ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା ଏବଂ ଏହାର ଅବସ୍ଥିତି ୨୯.୬୭ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୬୬.୧୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରେକର୍ଡ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ