Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକର ଅଭୟାରଣ୍ୟର ବାଘ ମୃତ୍ୟୁ ଘଟଣାରେ ୩ ଗିରଫ

ବେଙ୍ଗାଲୁରୁ: କର୍ଣ୍ଣାଟକର ଚାମରାଜନଗରରେ ଥିବା ଏମଏମ ହିଲ୍ସ ବନ୍ୟପ୍ରାଣୀ ଅଭୟାରଣ୍ୟର ହୁଗାୟାମ ରେଞ୍ଜରେ ରହସ୍ୟମୟ ଭାବରେ ପାଞ୍ଚଟି ବାଘଙ୍କ ମୃତ୍ୟୁ ହୋଇଥିଲା।ଯାହାର ତଦନ୍ତ କରି ବର୍ତ୍ତମାନ୍ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ବିଷ ଦିଆଯାଇ ବାଘ ମାନଙ୍କର ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଜୁନ୍ ୨୬ ତାରିଖରେ ଗଜାନୁର ବିଟ୍ ଅଞ୍ଚଳର କମ୍ପାର୍ଟମେଣ୍ଟ ନମ୍ବର ୧୧୭ରେ ଏହି ଘଟଣା ସାମ୍ନାକୁ ଆସିଥିଲା। ବନ୍ୟପ୍ରାଣୀ (ସୁରକ୍ଷା) ଆଇନ, ୧୯୭୨ ଏବଂ କର୍ଣ୍ଣାଟକ ବନ୍ୟପ୍ରାଣୀ ଆଇନ, ୧୯୬୯ ଅନୁଯାୟୀ ଏହା ଏକ ପ୍ରକାରର  ଗମ୍ଭୀର ଅପରାଧ ଅଟେ।ତେବେ ହୁଗାୟାମ ରେଞ୍ଜର କ୍ଷେତ୍ରରେ WLOR ନମ୍ବର ୦୨/୨୦୨୫-୨୬ ଅନୁଯାୟୀ ଏହି ମାମଲାକୁ ନେଇ ଅଭିଯୋଗ ଦାଖଲ କରାଯାଇଛି। ଏହି ଘଟଣାର ତଦନ୍ତ କରାଯାଇ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ  ମାନେ ହେଲେ କୋନାପ୍ପା, ମଦରାଜୁ, ନାଗରାଜ।

ଜଣେ ଅଭିଯୁକ୍ତଙ୍କ ଗାଈକୁ ଏହି ବାଘୁଣୀ ଏବଂ ତାଙ୍କ ଛୁଆମାନେ ହତ୍ୟା କରିଥିବାରୁ ସେ କ୍ରୋଧରେ ଏମାନଙ୍କୁ  ବିଷାକ୍ତ ମାଂସ ଖୁଆଇ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି।ଯଦିଓ ସରକାରୀ ଭାବରେ ଏପର୍ଯ୍ୟନ୍ତ ଏହାକୁ ସୁନିଶ୍ଚିତ କରାଯାଇନାହିଁ ତଥାପି  ବନ ବିଭାଗ ପ୍ରତ୍ୟେକ ଦୃଷ୍ଟିକୋଣରୁ ଏହାର ତଦନ୍ତ କରୁଛି। ଏହି ହତ୍ୟାକାଣ୍ଡ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇପାରେ ବୋଲି ପୂର୍ବରୁ ହିଁ ବନବିଭାଗ ସନ୍ଦେହ କରୁଥିଲା। ବର୍ତ୍ତମାନ୍ ସେମାନଙ୍କ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରି ଏହାର ନମୁନା ଗୁଡ଼ିକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ