ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମତ୍ସ୍ୟ ଓ କଚ୍ଛପ ଅବତାର ଆଡପ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଆଜି ସୁବର୍ଣ୍ଣପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ଝାରସୁଗୁଡା ଜିଲ୍ଲାପାଳ ଆବୋଲି ସୁନୀଳ ନରୱଣେ ପାତାଳୀ କ୍ଷେତ୍ର ପରିଦର୍ଶନ କରିବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ । ଏହି ଅବସରରେ ପାତାଳୀ ଶ୍ରୀକ୍ଷେତ୍ର ରାମାୟଣୀ ଗୋଷ୍ଠୀ ଦ୍ଵାରା ତୁଳସୀ ରାମାୟଣ ପାରାୟଣ ଓ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗାୟକ ଭାବରେ ଗୋପାଳ ପଣ୍ଡା , ବିଜୟ କୁମାର ହୋତା , ସୁଧିର କୁମାର ପୁରୋହିତ , ଗୋବର୍ଦ୍ଧନ ଚାନ୍ଦ , ଅନିରୁଦ୍ଧ ପାଢୀ , ପୂର୍ଣ୍ଣଚନ୍ଦ୍ର ପାଢୀ , ଇପ୍ସୀତା ପ୍ରିୟଦର୍ଶନୀ ପାଢୀ , ଅନନ୍ତ ନାରାୟଣ ପାଢୀ , ଜାନକୀରାମ ଦେହେରୀ ଓ ନରେନ୍ଦ୍ର ବାଘ ଙ୍କ ଦ୍ଵାରା ଭଜନ ପରିବେଷଣ ହୋଇଥିଲା । ଏଥିରେ ବାଦ୍ୟଯନ୍ତ୍ରରେ ଅଚ୍ୟୁତାନନ୍ଦ କୁରୁକୁରିଆ , ପଞ୍ଚାନନ ମନ୍ତ୍ରା ଓ ଚମରା ସେଠୀ ସହଯୋଗ କରିଥିଲେ । ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା ।
ପାତାଳୀ ଶ୍ରୀକ୍ଷେତ୍ର ରେ ଶ୍ରୀ ଜୀଉ ଙ୍କ ମତ୍ସ୍ୟ ଓ କଚ୍ଛପ ଅବତାର
