Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ଆଇଜର ନିର୍ଦ୍ଦେଶକ ଙ୍କ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କେନ୍ଦ୍ରୀୟ ଯାନ୍ତ୍ରିକ କେନ୍ଦ୍ର ପରିଦର୍ଶନ

ଗୋପାଳପୁର, ବ୍ରହ୍ମପୁର ଆଇଜର ର ନିର୍ଦେଶକ ପ୍ରଫେସର୍ ଅଶୋକ କୁମାର ଗାଙ୍ଗୁଲି ବିଶ୍ଵବିଦ୍ୟାଳୟ ପରିସର ରେ ଥିବା କେନ୍ଦ୍ରୀୟ ଯାନ୍ତ୍ରିକ କେନ୍ଦ୍ର ର ଉପନିର୍ଦେଶକ ଡ଼ଃ ଲକ୍ଷ୍ମୀ ଧର ରାଉତ ଙ୍କ ଅନୁରୋଧ କ୍ରମେ କେନ୍ଦ୍ରୀୟ ଯାନ୍ତ୍ରିକ କେନ୍ଦ୍ର କୋଠା ପରିଦର୍ଶନ କରି ସେଥିରେ ଥିବା ଇନୋଭେସନ କମ ଇନକ୍ୟୁଭେସନ୍ ପରୀକ୍ଷା ଗାର ବୁଲି ଦେଖିବା ସହ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀ ଧର ରାଉତ ଙ୍କ ସହ ଔଷଧ ଉଦ୍ଭାବନ ର ପ୍ରସ୍ତୁତି ର ଉପକରଣ ପ୍ରଣାଳୀ ଓ ରସାୟନ ପ୍ରୟୋଗ ରକ୍ଷଣା ବେକ୍ଷଣ ଉପରେ ଆଲୋଚନା କରିଥିଲେ। କୋଭିଡ୍ ସମୟରେ ଏହି ପରୀକ୍ଷା ଗlର ରେ ସନିଟାଇଯର ପ୍ରସ୍ତୁତି କରି ଅଞ୍ଚଳ ବାସୀ ଙ୍କୁ ବଣ୍ଟନ କରାଯାଇଥିବା ଅବଗତ କରାଯିବା ପରେ ନିର୍ଦ୍ଦେଶକ ଏହି ଭଳି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ।ପରେ ବାଇଓ ଟେକ୍ନୋଲୋଜି ପରୀକ୍ଷା ଗାର ଯାଇ ଯନ୍ତ୍ରପାତି ଦେଖିବା ସହ ଏହି ଯନ୍ତ୍ରପାତି ଦ୍ଵାରା ଔଷଧୀୟ ଗଛ ଚିହ୍ନଟ କରି ଔଷଧୀୟ ଗଛରୁ ଔଷଧୀୟ ଗୁଣ ରହିଥିବା କୋଡ଼ିନେଟର ପ୍ରଫେସର୍ ଯୋଗେଶ୍ୱର ପାଣିଗ୍ରାହି ଙ୍କ ସହ ଆଲୋଚନା କରିଥିଲେ।ପରେ ନାନୋ ସାଇନ୍ସ ଏଣ୍ଡ ଟେକ୍ନୋଲୋଜି ଗବେଷଣା କେନ୍ଦ୍ର କୁ ଯାଇ କୋଡ଼ିନେଟର ପ୍ରଫେସର୍ ସୁକାନ୍ତ ତ୍ରିପାଠୀ ଙ୍କ ସହ ନାନୋ ସେନସର ଉପରେ ପଚାରି ବୁଝିଥିଲେ।ପରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଙ୍କ ସହ ଆଲୋଚନା କରିଥିଲେ।ଆଲୋଚନାରେ ଆଇଜର ନିର୍ଦ୍ଦେଶକ ଛାତ୍ର ଛାତ୍ରୀ ଗବେଷକ ଗବେଷିକା ମାନେ ଅଧିକ ଜ୍ଞାନ କୌଶଳ ରେ ଗବେଷଣା ପାଇଁ ବ୍ରହ୍ମପୁର ଆଇଜର ରେ ଥିବା ପରୀକ୍ଷା ଗାର କୁ ଗବେଷଣା ପାଇଁ ବ୍ୟବହାର କରିବା ପାଇଁ କହିବା ସହ ଆବଶ୍ୟକ ବେଳେ ଆବଶ୍ୟକ ଥିବା ଯନ୍ତ୍ରପାତି ସି ଆଇ ସି ରେ ବ୍ୟବସ୍ଥା କରାଯିବ ବୋଲି କହିଥିଲେ।ଗତ ବର୍ଷ ୨୨/୭/୨୦୨୨ ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ବ୍ରହ୍ମପୁର ଆଇଜର ହୋଇଥିବା ଚୁକ୍ତି ସ୍ୱାକ୍ଷର କୁ ଚାଲୁ ରହିବ ବୋଲି କହିଥିବା କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ସହ ଯୋଗାଯୋଗ ବେଳେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ