Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୁ ହୁ ବଢୁଛି ଘର ଦାମ୍; ମୁମ୍ବାଇରେ ଘର କିଣିବାକୁ ଲାଗିବ ୧୦୯ ବର୍ଷ

ମୁମ୍ବାଇ: ମୁମ୍ବାଇ, ଗୁଡ଼ଗାଓଁ ଏବଂ ଦିଲ୍ଲୀ ଭଳି ସହର ରେ ଅଧିକ ରୋଜଗାର କରୁଥିବା ବ୍ୟକ୍ତି ମାନେ ମଧ୍ୟ ସେଠାରେ ଘର କିଣିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ସାମ୍ପ୍ରତିକ ଜାତୀୟ ଗୃହ ବୋର୍ଡ (NHB)ର ରିପୋର୍ଟ ଅନୁଯାୟୀ ମୁମ୍ବାଇର ସର୍ବାଧିକ ୫% ରୋଜଗାର କରୁଥିବା ଲୋକଙ୍କୁ ମଧ୍ୟ ଘର କିଣିବା ପାଇଁ ୧୦୯ ବର୍ଷ ଲାଗୁଥିବା ବେଳେ ଗୁଡ଼ଗାଓଁରେ ୬୪ ବର୍ଷ ଓ ଦିଲ୍ଲୀରେ ୩୬ ବର୍ଷ ଏବଂ ବେଙ୍ଗାଲୁରୁରେ ୩୬ ବର୍ଷ ଲାଗିଯାଉଛି। ତେବେ ଏହା ଚିନ୍ତାଜନକ ବୋଲି ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (SEBI)ରେ  ପରାମର୍ଶଦାତା (RIA) ଏବଂ ଆର୍ଥିକ ଯୋଜନା ଫାର୍ମ ସହଜମଣିର ପ୍ରତିଷ୍ଠାତା ଏବଂ ମୁଖ୍ୟ ନିବେଶ ପରାମର୍ଶଦାତା ଅଭିଷେକ କୁମାର କହିଛନ୍ତି।

ମହାରାଷ୍ଟ୍ରର ସର୍ବାଧିକ ରୋଜଗାର କରୁଥିବା ପରିବାରର ମାସିକ ମୁଣ୍ଡପିଛା ଖର୍ଚ୍ଚ (MPCE) ₹୨୨୩୫୨ ହୋଇଥିବା ବେଳେ  ଚାରିଜଣିଆ ପରିବାର ପାଇଁ ଏହା ₹୮୯୪୦୮  ମାସିକ ଆୟ ଓ ବର୍ଷକୁ ପ୍ରାୟ ₹୧୦.୭ଲକ୍ଷ ଟଙ୍କା ହୋଇଥାଏ। ତେବେ ଭାରତର ମୋଟ ସଞ୍ଚୟ ହାର ୩୦.୨% କୁ ଧରିଲେ, ଏହି ବର୍ଗର ଲୋକମାନେ ପ୍ରତିବର୍ଷ ପ୍ରାୟ ₹୩.୨ ଲକ୍ଷ ଟଙ୍କା ହିଁ ସଞ୍ଚୟ କରିପାରିବେ। ଅନ୍ୟ ସହର ଗୁଡିକ ତୁଳନାରେ  ମୁମ୍ବାଇରେ ପ୍ରତି ବର୍ଗଫୁଟ ପିଛା ହାରାହାରି ମୂଲ୍ୟ ପ୍ରାୟ ₹୩୦୦୦୦ ଏବଂ ୧୧୮୪ ବର୍ଗଫୁଟର ଏକ ଘର ପାଇଁ  ୩.୫୪ କୋଟି ଟଙ୍କା ଦେବାକୁ ପଡ଼ିଥାଏ। ମୁମ୍ବାଇ ଛଡା ଗୁରୁଗ୍ରାମ ଏବଂ ବେଙ୍ଗାଲୁରୁ ଭଳି ଅନ୍ୟାନ୍ୟ ସହରଗୁଡ଼ିକର ପରିସ୍ଥିତି ମଧ୍ୟ ଚିନ୍ତାଜନକ ଅଟେ। ତେବେ ଏହାକୁ ନେଇ  କୁମାର କହିଛନ୍ତି ଯେ ମୁମ୍ବାଇରେ ସର୍ବାଧିକ EMI  ଅନୁପାତ ୪୮% ଅଛି, ଅର୍ଥାତ୍ ମାସିକ ଆୟର ପ୍ରାୟ ଅଧା ରାଶି ଗୃହ ଋଣରେ ପରିଶୋଧ କରିବାକୁ ପଡ଼ିବ।

ଅପରପକ୍ଷେ ଅହମ୍ମଦାବାଦରେ ସବୁଠାରୁ ସୁଲଭ ମୂଲ୍ୟ ଅର୍ଥାତ୍ ୧୮% ଇଏମଆଇରେ ଘର ମିଳିଯାଉଛି। ଇଏମଆଇରୁ ଆୟ ଅନୁପାତ ଏହା ଦର୍ଶାଏ ଯେ ମାସିକ ଆୟର କେତେ ଭାଗ ଋଣ ରେ ଯାଉଅଛି। ଅର୍ଥାତ୍ ଯଦି ଆପଣ ଲକ୍ଷେ ଟଙ୍କା ରୋଜଗାର କରି ଯଦି ୩୦୦୦୦ ଋଣରେ ଦିଅନ୍ତି ତେବେ ଆପଣଙ୍କର ଅନୁପାତ ୩୦% ହୋଇଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ