ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ସୋନପୁର ରେ ଏକ ଭେଷଜ ମହାବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସଦର ମହକୂମା ଠାରେ ଏକ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ମଙ୍ଗଳବାର ଦିନ ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁର ତରଫରୁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏ ସଂକ୍ରାନ୍ତରେ ପ୍ରସ୍ତାବ ଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଏବଂ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ , ଓଡିଶା ସରକାରଙ୍କୁ ଅନୁରୋଧ କରି ପ୍ରସ୍ତାବ ଗୃହୀତ କରା ଯାଇଅଛି । ତତ୍ ସଙ୍ଗେ ସଙ୍ଗେ ସୋନପୁର ଏବଂ ବୀରମହାରାଜପୁର ମହାବିଦ୍ୟାଳୟ କୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କୁ ମଧ୍ୟ ଅନୁରୋଧ କରାଯାଇଛି । ଉକ୍ତ ବୈଠକରେ ସଂପାଦକ ସନ୍ତୋଷ ଷଡ଼ଙ୍ଗୀ ସ୍ବାଗତ କରିଥିବା ବେଳେ ଉପ ସଭାପତି ସୌମିତ୍ରି ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ । ବୈଠକରେ ଗୋପୀନାଥ ମହାକୁର , ବାସୁଦେବ ପଣ୍ଡା , ଭୂଷଣ କୁମାର ପାତ୍ର , ବଳରାମ କାଣ୍ଡ , ଗୋଲକ ବିହାରୀ ଦେହୁରୀ , ଭଗବାନ ମିଶ୍ର , ନାରାୟଣ ପ୍ରସାଦ ନାୟକ, ଭୀମସେନ ବାରିକ , ଅକ୍ରୂର ଦନ୍ତା , ସୁରୁ ସାହୁ , ଚମରା ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।