ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜୟପୁର ଗାଁ ମୁଣ୍ଡରୁ ବୀରମହାରାଜପୁର ସଂଯୋଗ ହେଉଥିବା , ଜଡା ମୁଣ୍ଡା ପୋଲ ଲଗାଣ ବର୍ଷା ରେ ଭଙ୍ଗିଯିବା ଫଳ ରେ ଲୋକେ ବହୁ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି । ଏ ରାସ୍ତା ଦେଇ ଠେଙ୍ଗଡ୍ୟାମ ତଥା ପାତାଳି ଶ୍ରୀକ୍ଷେତ୍ର କୁ ଦୈନିକ ଯିବା ଆସିବା କରୁଥିବାବେଳେ ଶହ ଶହ ଲୋକ ବୀରମହାରାଜପୁର କୁ ମଧ୍ୟ ଯିବା ଆସିବା କରିଥାନ୍ତି l ଏଠାରେ ସପ୍ତାହେ ହେଲା ଲାଗି ରହିଥିବା ଲଗାଣବର୍ଷା ଯୋଗୁଁ ପୋଲ ଟି ସମ୍ପୂର୍ଣ ଭାଙ୍ଗିଯିବା ଫଳ ରେ ଅଞ୍ଚଳ ବାସୀବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।
ଲଗାଣ ବର୍ଷା ଯୋଗୁଁ ଭାଙ୍ଗିଲା ଜଡା଼ମୁଣ୍ଡା ପୋଲ ; ଯିବା ଆସିବା ବାଧା ପ୍ରାପ୍ତ
