Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବ ବଧୁ ଙ୍କୁ ବୃକ୍ଷ ଉପହାର ଦେଇ ସମ୍ବର୍ଦ୍ଧନା

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପ୍ରକୃତି ବନ୍ଧୁ ଡ.ହୃଷୀକେଶ ଦେହେରି , ଶମ୍ଭୁରାଜ କର୍ଣ୍ଣ , ଧବଳେଶ୍ବର ଭୁକ୍ତ। , କୃପାସିନ୍ଧୁ ସା ଏବଂ ସ୍ଵଚ୍ଛାସେବୀ ରାକେଶ ମହଲା ପ୍ରମୁଖ ସ୍ଵେଚ୍ଛାସେବୀ କାର୍ଯ୍ୟ ଅବକାଶ ସମୟରେ ଏକ ନୂତନ ପ୍ରୟାସ ଆରମ୍ଭ କରିଛନ୍ତି । ୨୦୨୫ ବର୍ଷ ଠାରୁ ଯେତେ ବିବାହ ଯାଉଛନ୍ତି ସେମାନଙ୍କୁ ବୃକ୍ଷ ଉପହାର ଦେଇ ଶୁଭେଛା ଜଣାଇବା ସହ ବୃକ୍ଷ ରୋପଣ କରି ତାର ଯତ୍ନ ନେବା ପାଇଁ ପରାମର୍ଶ ଦେଉଛନ୍ତି। ବର୍ତ୍ତମାନ୍ ସମୟରେ ପରିବେଶ ପ୍ରତି ଆମ ସମସ୍ତଙ୍କର ଗୁରୁ ଦାୟିତ୍ଵ ଅଛି। ଆସନ୍ତା ସମୟରେ ସୁନ୍ଦର ସବୁଜ ପରିବେଶ ପ୍ରତି ଆଗଭର ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଛନ୍ତି। ପ୍ରକୃତି ବନ୍ଧୁଙ୍କ ଏପରି ପ୍ରୟାସ ପାଇଁ ପ୍ରକୃତି ପ୍ରେମୀ ତଥା ବୁଦ୍ଧିଜିବୀ ମହଲରୁ ପ୍ରଶଂସାର ସୁଅ ଛୁଟୁଅଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ